ଜିମରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଷଣ୍ଢ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ

sarvjanakari.com

ବାଲେଶ୍ଵର: ଜିମରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼। ଗୁଳିମାଡ଼ରେ ଯୁବକ ଗୁରୁତର। ବାଲେଶ୍ବର ଜିଲ୍ଲା ରେମୁଣା ନିକଟ ବାଲିଆରେ ଏଭଳି ଗୁଳିକାଣ୍ଡ ଘଟିଛି। ସୂଚନା ଅନୁଯାୟୀ, ୪ଜଣ ଦୁର୍ବୃତ୍ତ ଗୁଳି ମାରିଛନ୍ତି। ଯୁବକଙ୍କ ନାକରେ ବାଜିଛି ଗୁଳି। ଯୁବକଙ୍କ ନାମ ମନୋରଞ୍ଜନ ବିନ୍ଧାଣୀ ଓରଫ ଲିପୁ ବୋଲି ଜଣାଯାଇଛି। ଯୁବକଙ୍କୁ ଦୁଇ ଦୃର୍ବୁତ୍ତ ଗୁଳି କରିଥିଲେ। ଦୁଇ ରାଉଣ୍ଡ ଗୁଳି କରି ସେମାନେ ଫେରାର ମାରିଥିଲେ।

ମନୋରଞ୍ଜନ ବିନ୍ଧାଣୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ତେବେ ଯୁବକଙ୍କୁ ଦୁର୍ବୃତ୍ତମାନେ କାହିଁକି ଗୁଳିମା କଲେ,  ତାହା ଏଯାଏ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ତେବେ କୁହାଯାଉଛି ଯେ ବାଲେଶ୍ବରର କୁଖ୍ୟାତ ଅପରାଧୀ ପାପା ପଣ୍ଡାଙ୍କ ସହଯୋଗୀ ଭାବେ ଲିପୁ କାମ କରୁଥିଲେ। ଏଣୁ କୌଣସି ପୂର୍ବ ଶତ୍ରୁତାରୁ ବିପକ୍ଷା ଗୋଷ୍ଠୀ ଏଭଳି ଗୁଳିମାଡ଼ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe