ପୁଲିସ-ମାଓବାଦୀ ଗୁଳିବିନିମୟ: ଖସିଗଲେ କ୍ୟାଡର ନକ୍ସଲ, ମାଓ ସାମଗ୍ରୀ ଜବତ

Advertisment
ପୁଲିସ-ମାଓବାଦୀ ଗୁଳିବିନିମୟ: ଖସିଗଲେ କ୍ୟାଡର ନକ୍ସଲ, ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ କ୍ୟାଡର ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି।ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା ଯେ ଆମାବେଡା ଥାନା ଅଂଚଳର କାମକାକୁଡମ ଜଂଗଲରେ କୁୟେମାରି ଏରିଆ କମିଟିର ନକ୍ସଲ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ଡିଆଜି ଯବାନ ସମେତ ଜିଲ୍ଲା ପୁଲିସ ଦଳ ଜଂଗଲରେ ପହଞ୍ଚିଥିଲେ। ଜଂଗଲରେ ଯବାନଙ୍କୁ ଦେଖି ପ୍ରଥମେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ପରେ ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା, ଯାହାଫଳରେ ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ପଛଘୁଂଚା ଦେଇଥିଲେ। ଏହି କ୍ୟାମ୍ପରେ ବହୁ ବଡ ବଡ ମାଓନେତା ଉପସ୍ଥିତ ଥିଲେ। ତେବେ ସମସ୍ତେ ଖସି ପଳାଇବାରେ ସଫଳ ହୋଇଥିଲେ। ଜଂଗଲରେ ଯବାନ ସର୍ଚ୍ଚ ଅପରେସନ ବେଳେ ବହୁ ମାଓ ସାମଗ୍ରୀ ଜବତ କରିଛି। ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe