ଗଞ୍ଜେଇ ଗଛ ନଷ୍ଟବେଳେ ଫୁଟିଲା ଗୁଳି : ୨୦ ରାଉଣ୍ଡ ଗୁଳି ଚଳାଇଲେ ମାଫିଆ, ଭୟରେ ପଳାଇ ଆସିଲେ ଅବକାରୀ କର୍ମଚାରୀ

ପୁଲିସ ନିକଟରେ ଅଭିଯୋଗ ହୋଇନି: ଏସ୍‌ପି

ଓଡ଼ିଆ ଯବାନଙ୍କ ଗୁଳିମାଡ଼ରେ ଓଡ଼ିଆ ଯବାନ ମୃତ

ବୌଦ୍ଧ :  ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧ ଥାନା ଅନ୍ତର୍ଗତ ଆମ୍ବଝରୀ ପଞ୍ଚାୟତର ବିଜାମାରି ଗ୍ରାମ ନିକଟରେ ଗଞ୍ଜେଇ ଗଛ ନଷ୍ଟ କରାଯିବା ବେଳେ ଦୁର୍ବୃତ୍ତମାନେ ଗୁଳିଚାଳନା କରି ଅବକାରୀ କର୍ମଚାରୀଙ୍କୁ ଘଉଡ଼ାଇ ଦେଇଛନ୍ତି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ପ୍ରାୟ ୨୦ ରାଉଣ୍ଡ ଗୁଳି ଫୁଟିଥିବା ଜଣାଯାଇଛି। ତେବେ କିଏ ଗୁଳି ଫୁଟାଇଲା ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିନାହିଁ।

ବିଜାମାରି ଗ୍ରାମଟି ବୌଦ୍ଧ- କନ୍ଧମାଳ ସୀମାନ୍ତବର୍ତ୍ତୀ ଜଂଗଲ ଅଞ୍ଚଳରେ ରହିଛି। ସେଠାରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ହୋଇଥିଲା। ଖବର ପାଇ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ସେଠାରେ ଗଞ୍ଜେଇ ଗଛ ନଷ୍ଟ ଅଭିଯାନ କରାଯାଉଥିଲା। କର୍ମଚାରୀମାନେ ପ୍ରାୟ ୧୮ ଏକର ଜଙ୍ଗଲ ଜମିର ୫୪ ହଜାର ଗଞ୍ଜେଇ ଗଛ ନଷ୍ଟ କରିଥିଲେ। ଗଞ୍ଜେଇ ଗଛ ସବୁକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଡ଼ି ନଷ୍ଟ କରୁଥିଲେ। ଏହି ସମୟରେ ଅଚାନକ ଗୁଳି ଫୁଟିବା ଶବ୍ଦ ଶୁଣି ସେମାନେ ଭୟଭୀତ ହୋଇ ପଡ଼ିଥିଲେ। ନିଜର ଜୀବନ ବଞ୍ଚାଇ ସମସ୍ତ କର୍ମଚାରୀ ସେଠାରୁ ଚାଲି ଆସିଥିବା ଜଣାପଡ଼ିଛି। ପ୍ରାୟ ୨୦ ରାଉଣ୍ଡ ଗୁଳିଚାଳନା ହୋଇଥିବା ସେମାନେ କହୁଛନ୍ତି। ଗଞ୍ଜେଇ ମାଫିଆମାନେ ଉତ୍‌କ୍ଷିପ୍ତ ହୋଇ ଗୁଳିକାଣ୍ଡ ଭିଆଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅପରପକ୍ଷେ ପଡ଼ୋଶୀ କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଜାରି ଥିବାରୁ କର୍ମଚାରୀମାନେ ବେଶି ଡରି ଯାଇଥିଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe