ଗଂଜାମ: ଗୁପଚୁପ୍‌ ବିକାଳିଙ୍କୁ ଗୁଳିମାଡ଼, ଦୁର୍ବୃତ୍ତ ଫେରାର

Advertisment
ଅପରାଧୀଙ୍କ ବନ୍ଧୁକରେ ପୁଲିସ ଗୁଳି!

ବୁଗୁଡ଼ା/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ବାଲିପଦରରେ ଗୁପଚୁପ୍ ବ୍ୟବସାୟ କରୁଥିବା ବିହାରର ଜଣେ ଗୁପଚୁପ୍ ବ୍ୟବସାୟୀଙ୍କୁ ତାଙ୍କର ଜଣେ ସହଯୋଗୀ ହିଁ ଗୁଳି ମାଡ଼ କରିଛନ୍ତି। ଗୁରୁତର ବ୍ୟବସାୟୀ ଜଣକ ହେଲେ ଧ୍ୟାନେନ୍ଦ୍ର ସିଂ। ତାଙ୍କ ପେଟରେ ଗୁଳି ବାଜିଥିବାରୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନାନୁସାରେ, ବିକାଶ ଓ ଧ୍ୟ‌ାନେନ୍ଦ୍ର ହେଉଛନ୍ତି ଦୁଇ ସହଯୋଗୀ।publive-image

ବିକାଶ ଆଜି ସନ୍ଧ୍ୟା ୭ଟାରେ ଭୋଜି ବରାଦ୍ ଥିବା କହି ଧ୍ୟ‌ାନେନ୍ଦ୍ରଙ୍କୁ ରୁମାଗଡ଼ ଗ୍ରାମକୁ ଯିବା ପାଇଁ ଡାକିଥିଲେ। ବାଇକ୍‌ରେ ଉଭୟ ବାହାରିଥିଲେ। ରୁମାଗଡ଼ ଗ୍ରାମ ରାସ୍ତାରେ ଧ୍ୟ‌ାନେନ୍ଦ୍ରଙ୍କୁ ବିକାଶ ଅତି ନିକଟରୁ ଗୁଳି କରି ଚମ୍ପଟ୍ ମାରିଥିଲା। ଗୁଳି ମାଡ଼ ଖାଇ ବି ଧ୍ୟାନେନ୍ଦ୍ର ନିଜେ ବାଇକ୍‌ ଚଳାଇ ବାଲିପଦର ଚାଲିଆସିଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ପ୍ରାଇଭେଟ୍ ଗାଡ଼ି ଯୋଗେ ଏମକେସିଜି ସ୍ଥାନାନ୍ତର କରାଯାଇଛି। ପୋଲସରା ଥାନା ପୁଲିସ ପହଞ୍ଚି ତଦନ୍ତ କରିଛି। ଧ୍ୟା‌ନେନ୍ଦ୍ରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ପେଟରୁ ଗୁଳିକୁ ବାହାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe