ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼ ଘଟଣା : ତଦନ୍ତ ଜାରି, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଜପଥ ଅବରୋଧ

ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼ ଘଟଣା : ତଦନ୍ତ ଜାରି, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଜପଥ ଅବରୋଧ

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ବିଜେପୁର ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ମ୍ୟାନେଜରଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ଜାରି ରହିଛି। ରିପୋର୍ଟ ଲେଖାଯିବା ଯାଏ ପୁଲିସ ହାତରେ କୌଣସି ସୁରାକ ଲାଗି ନାହିଁ। ତେବେ, ଏସ୍‌ପି ଶିବା ସୁବ୍ରମଣିଙ୍କ ତତ୍ବାବଧାନରେ ଘଟଣାର ତଦନ୍ତ ଚାଲିଥିବାବେଳେ ବିଭିନ୍ନ ଦିଗରୁ ତର୍ଜମା କରାଯାଉଥିବା ଏବଂ ଖୁବ୍‌ଶୀଘ୍ର ଦୁର୍ବୃତ୍ତ ଧରାପଡ଼ିବେ ବୋଲି ଟିଟିଲାଗଡ଼ ଆଇଆଇସି ପ୍ରଭାତ ରଂଜନ ମହାନ୍ତି କହିଛନ୍ତି।

ଅନ୍ୟପଟେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଶନିବାର ବିଜେପୁର ଗ୍ରାମବାସୀ ୫୯ ନ˚ ଜାତୀୟ ରାଜପଥ ଅବରୋଧ କରିଥି‌େଲ। ଦୁର୍ବୃତ୍ତମାନେ ବ୍ୟାଙ୍କ ମ୍ୟାନେଜର କୋଶଳ ଚନ୍ଦ୍ର ଦୋରାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଗୋଟିଏ ଗୁଳି ତାଙ୍କ ପେଟରେ ବାଜି ବାହାରି ଯାଇଥିବା ବେଳେ ଅନ୍ୟ ଗୋଟିଏ ଗୁଳି ତାଙ୍କ ବାମପଟ ଜଙ୍ଘରେ ରହି ଯାଇଥିଲା। ତାଙ୍କୁ ପ୍ରଥମେ ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଏହପାରେ ବଲାଙ୍ଗୀର ଓ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ରୀ ଦୋରା ପୂର୍ବାପେକ୍ଷା ସୁସ୍ଥ ଥିବା ପରିବାର ସୂତ୍ରରୁ ପ୍ରକାଶ। ଅସ୍ତ୍ରୋପଚାର କରାଯାଇ ଜଙ୍ଗରେ ରହିଥିବା ଗୁଳି ବାହାର କରାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe