The Asian Age
ଚିକିଟି : ଚିକିଟି ଅଞ୍ଚଳରେ ଆଜି ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ହୀରା ପଥର ଲୁଟି ନେଇଥିବା ଜଣାପଡ଼ିଛି। କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀନାରାୟଣପୁରଠାରେ ଘଟିଛି ଏହି ଗୁଳିକାଣ୍ଡ। ଗ୍ରାମର ସୁବାସ ଚନ୍ଦ୍ର ପଣ୍ଡା ନାମକ ଜଣେ ବ୍ୟବସାୟୀଙ୍କ ମୁଣ୍ଡରେ ଗୁଳି ବାଜିଛି। ଆହତ ସୁବାସଙ୍କୁ ପ୍ରଥମେ ଚିକିଟି ମେଡିକାଲ ଓ ପରେ ସଂକଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।ଅନ୍ୟପକ୍ଷରେ ୩ଟି ବାଇକ୍ରେ ଆସିଥିବା ୬ରୁ ୮ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗ୍ରାମବାସୀ କାବୁ କରି ରଖିଛନ୍ତି। ଗୁଳିକାଣ୍ଡର କାରଣ ପୁଲିସ ସ୍ପଷ୍ଟ କରି ନ ଥିବା ବେଳେ ବ୍ୟାବସାୟିକ କାରଣକୁ ନେଇ ଏହି ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଆଶଙ୍କା କରୁଛି। ଯାହା ଜଣାପଡ଼ିଛି ସୁବାସଙ୍କ ପାଖରେ ଏକ ଦୁର୍ମୂଲ୍ୟ ହୀରା ପଥର ଥିଲା। ଆଉ ଏହି ହୀରା ପଥର ଲୁଟ୍ କରିବାକୁ ଅପରାଧୀମାନେ ଆସିଥିବା ସୁବାସ ମେଡିକାଲରେ ପୁଲିସକୁ ବୟାନରେ ଦେଇଛନ୍ତି। କେ.ନୂଆଗାଁ ପୁଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିବା ବେଳେ ଗୁଳିମାଡର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ମାଧବାନନ୍ଦ ବେହେରା ସୂଚନା ଦେଇଛନ୍ତି। ସେପଟେ ଚିକିଟି ଏସ୍ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ମେଡିକାଲରେ ପହଂଚି ଆହତ ସୁବାସଙ୍କ ବୟାନ ରେକର୍ଡ଼ କରିଥିବା ଜଣାପଡିଛି।
Follow Us