Image Courtesy of India Today
ଗୋପାଳପୁର : ବାଡ଼ିରେ ପଶିଗଲା ବୋଲି ଗାଈକୁ ଗୁଳି ମାଡ଼ ହୋଇଛି। ଏଭଳି ଅଭାବନୀୟ ଘଟଣା ରଘୁନାଥପୁର ଥାନା ପୂରଣଓଡ଼ପଡ଼ା ଗ୍ରାମରେ ଘଟିଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗାଈକୁ ଗୁଳିମାଡ଼ କରିଥିବା ବ୍ୟକ୍ତିଜଣକ ସ୍ଥାନୀୟ ଅଞ୍ଚଳର ଜଣେ ରାଜନେତା ବୋଲି କୁହାଯାଉଛି। ତେବେ ଏହି ଘଟଣାରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ରଘୁନାଥପୁର ଥାନା ଆଇଆଇସି ସୁଶାନ୍ତ କୁମାର ସେଠୀ କହିଛନ୍ତି, ଥାନାରେ ଅଭିଯୋଗ ହୋଇନି। ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Follow Us