ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ିକୁ ଗୁଳିମାଡ଼, ଭୟଭୀତ କରିବାକୁ ବିରୋଧୀଙ୍କ କାମ, ପୁଲିସର ତନାଘନା

Advertisment
ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ିକୁ ଗୁଳିମାଡ଼, ଭୟଭୀତ କରିବାକୁ ବିରୋଧୀଙ୍କ କାମ, ପୁଲିସର ତନାଘନା

DNA India

ଫୁଲବାଣୀ : ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ିକୁ ଗୁଳିମାଡ଼ ହୋଇଛି। ଏ ନେଇ ଫୁଲବାଣୀ ଟାଉନ୍‌ ଥାନାରେ ଅଭିଯୋଗ ପରେ ପୁଲିସ ତନାଘନା ଆରମ୍ଭ କରି ଦେଇଛି। ଅଭିଯୋଗ ଅନୁଯାୟୀ ଶ୍ରୀ କହଁର ଗତକାଲି ରାତିରେ ଫୁଲବାଣୀ ସହର ଜଳସେଚନ କଲୋନିରେ ରହୁଥିବା ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇ ରାତିରେ ରହିଥିଲେ। ବାହାରେ ତାଙ୍କର ବୋଲେରୋ ଗାଡ଼ି ରଖା ହୋଇଥିଲା। ଆଜି ସକାଳେ ଦେଖିଲା ବେଳକୁ ଗାଡ଼ିକୁ କେହି ଗୁଳିମାଡ଼ କରିଛି। ଗାଡ଼ିର ପଛ କାଚ ଡାହାଣ ପଟରୁ ଗୁଳିମାଡ଼ ହୋଇଛି। ଏବଂ ଗୁଳିଟି ବାମ ପଟ କାଚ ଫୁଟି ବାହାରି ଯାଇଛି।

ଏ ନେଇ ଶ୍ରୀ କହଁର ପୁଲିସକୁ ଖବର ଦେଇଥିଲେ। ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ଓ ଟାଉନ ଥାନାଧିକାରୀ ନରେଶ କୁମାର ସାହୁ ସେଠାରେ ପହଞ୍ଚିଥିଲେ। ଶ୍ରୀ କହଁର ଲିଖିତ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୫୮/୨୦୨୦ରେ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ବ୍ୟକ୍ତିଗତ ଶତ୍ରୁତା କିମ୍ବା ରାଜନୈତିକ ବିରୋଧୀ କେହି ଭୟଭୀତ କରାଇବାକୁ ଏଭଳି କରିଥାଇ ପାରନ୍ତି ବୋଲି ସେ ସନ୍ଦେହ କରୁଛନ୍ତି। ପୁଲିସ ଏ ନେଇ ନିରପେକ୍ଷ ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିବାକୁ ସେ ଦାବି କରିଛନ୍ତି। ଶ୍ରୀ କହଁର ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡିର ବିଧାୟକ ଥିଲେ। ଏହା ପରଠୁ ତାଙ୍କୁ ଟିକେଟ ମିଳୁନାହିଁ। ଏଥି ନିମନ୍ତେ ତାଙ୍କର ପାରମ୍ପରିକ ରାଜନୈତିକ ବିରୋଧୀଙ୍କୁ ଦାୟୀ କରି ଆସୁଛନ୍ତି। ତେଣୁ ତାଙ୍କ ଗାଡ଼ିକୁ ଗୁଳିମାଡ଼ ଘଟଣାକୁ ପୁଲିସର ଗୁରୁତ୍ବର ସହ ନେଇ ତଦନ୍ତ କରି ଦୋଷୀଙ୍କୁ ଧରିବା ଜରୁରୀ ହୋଇପଡ଼ିଛି। ଏହି ଘଟଣାରେ ଜଣକୁ ଅଟକ ରଖାଯାଇ ପଚରାଉଚରା ଚାଲିଛି। ନିଶ୍ଚୟ ଘଟଣା ଉପରୁ ପର୍ଦ୍ଦା ହଟିବ ବୋଲି ଟାଉନ୍‌ ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe