ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ନିକଟ କାଠପୋଲ ଠାରେ ଗୁଳିକାଣ୍ଡ; ଜଣେ ଆହତ

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ନିକଟ କାଠପୋଲ ଠାରେ ଗୁଳିକାଣ୍ଡ; ଜଣେ ଆହତ

ପୁରୀ: ରବିବାର ସକାଳେ ପୁରୀ-ଭୁବନେଶ୍ୱର ରାଜପଥ ପାର୍ଶ୍ୱରେ ଏକ ଗୁଳିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଛନ୍ତି।

ଆହତ ହୋଇଥିବା ୪୭ ବର୍ଷିୟ ଗଙ୍ଗାଧର ଭୋଳ ଆଜି ସକାଳ ଆଠଟା ପରେ ମୋଟର୍‌ସାଇକେଲ୍‌ ଯୋଗେ କାଠପୋଲ ନିକଟସ୍ଥ ଇଟାଭାଟିକୁ ଯାଉଥିଲେ। ସେତିକିବେଳେ ତିନୋଟି ବାଇକ୍‌ ଯୋଗେ ଆସି ସାତ/ଆଠ ଜଣ ବ୍ୟକ୍ତି ତାଙ୍କୁ ଠେଲାପେଲା କରିବା ସହ ଗୁଳି ଚଳାଇଥିଲେ। ଗୁୁଳିଟି ତାଙ୍କର ବାମ ଜଙ୍ଘରେ ବାଜିବାରୁ ସେ ଆହତ ହୋଇ ପଡ଼ି ଯାଇଥିଲେ।

ଚିକିତ୍ସା ପାଇଁ ସଦର ଥାନା ଅନ୍ତର୍ଗତ ବାଟଗାଁ’ ନିବାସୀ ଗଙ୍ଗାଧରଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଜଙ୍ଘରେ ଗୁଳି ପଶି ରହିଥିବାରୁ ଏବେ ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଉଛି।

ଘଟଣାସ୍ଥଳରୁ ଗୁଳି ଓ ଖୋକା ଉଦ୍ଧାର କରାଯାଇଛି। ପୂର୍ବ ଶତ୍ରୁତା ଯୋଗୁଁ ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe