ଡେରାବିଶରେ ଯୁବକଙ୍କୁ ଗୁଳିମାଡ଼

Advertisment
ଗ୍ୟାଙ୍ଗଷ୍ଟର୍‌ଙ୍କୁ ଘାରିଲାଣି ଭୟ, ହାଇଦର୍ ପରେ କାହା ପାଳି?

Odisha Sun Times

ଡେରାବିଶ : କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ପୁଣି ଗୁଳି ଫୁଟିଛି। ଡେରାବିଶ ଥାନା ୫ନଂ.(କ)ଜାତୀୟ ରାଜପଥର ବଳଭଦ୍ରପୁର ଛକ ନିକଟରେ ଆଜି ରାତିରେ ଜଣେ ଯୁବକଙ୍କୁ ଗୁଳି ମାଡ଼ ହୋଇଛି। ଗୁଳି ତାଙ୍କ ଜଙ୍ଘରେ ବାଜି ଖସିଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ, ରବିନ୍ଦ୍ର ମଳିକଙ୍କ ବଳଭଦ୍ରପୁର ଛକରେ ଏକ ପାନ ଦୋକାନ ରହିଛି। ଆଜି ରାତି ପ୍ରାୟ ୧୦ଟାରେ ‌ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ମୋବାଇଲ୍‌ ଫୋନ୍‌ରେ କଥା ହୋଇ ରାସ୍ତାରେ ଆସୁଥିବା ବେଳେ ୩ ଜଣ ଯୁବକ ଏକ କଳା ପଲସରରେ ଆସି ତାଙ୍କଠାରୁ ମୋବାଇଲ୍‌ ଫୋନ୍‌ଟିକୁ ଛଡ଼ାଇ ନେଇ ପଳାଇଥିଲେ। ରବିନ୍ଦ୍ର ତାଙ୍କ ବନ୍ଧୁ ଜଗନ୍ନାଥ ବେହେରାଙ୍କୁ ଡାକି ତାଙ୍କ ବାଇକ୍‌ରେ ସେମାନଙ୍କ ପିଛା କରିଥିଲେ। କିଛି ବାଟ ଯିବା ପରେ ଉକ୍ତ ଯୁବକମାନଙ୍କୁ ପାଇ ସେମାନଙ୍କୁ ଅଟକାଇଥିଲେ। ରବିନ୍ଦ୍ର ଓ ଜଗନ୍ନାଥ ସେହି ଯୁବକମାନଙ୍କୁ ମୋବାଇଲ୍‌ ବିଷୟରେ ପଚାରିବା ବେଳେ ସେମାନଙ୍କ ଭିତରୁ ଜଣେ ଗୁଳି ଫୁଟାଇଥିଲେ। ଗୁଳିଟି ଜଗନ୍ନାଥଙ୍କ ଜଙ୍ଘରେ ବାଜି ଖସି ଯାଇଥିଲା। ଭୟରେ ରବିନ୍ଦ୍ର ସେଠାରେ ଥିବା ଏକ ନାଳ ଭିତରକୁ ଡ଼େଇଁ ପଡ଼ିଥିଲେ। ଜଗନ୍ନାଥଙ୍କୁ ଛତା ମେଡିକାଲରେ ଚିକିତ୍ସିତ କରାଯାଇଛି। ଖବରପାଇ ଏସ୍‌ପି ନୀତି ଶେଖର, ଏସଡିପିଓ ରାଜୀବ ଲୋଚନ ପଣ୍ଡା ଓ ଡେରାବିଶ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏ ନେଇ ଜଗନ୍ନାଥ ଡେରାବିଶ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe