ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ, ଏମ୍ସରେ ଚିକିତ୍ସିତ ହେଉଥିଲେ ଝାରପଡ଼ାର ୭୨ ବର୍ଷ ବୟସ୍କ ଆକ୍ରାନ୍ତ

Advertisment
ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ, ୭୨ବର୍ଷୀୟ ବୃଦ୍ଧଙ୍କ ୬ ତାରିଖରେ ଏମ୍‌ସରେ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ଖବର ଆସିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ଏ ସଂପର୍କରେ ସୂଚନା ଦିଆଯାଇଛି। ଗତକାଲି (ଏପ୍ରିଲ ୬ ତାରିଖ) ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା  କଥା  ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି। ଗୋଟିଏ ପଟେ ରାଜ୍ୟରେ ଆଜି ୪୧ତମ ଆକ୍ରାନ୍ତ ଚିହ୍ନଟ ହେବା ପରେ ପରେ ଅନ୍ୟ ପକ୍ଷରେ ଓଡ଼ିଶାର ପ୍ରଥମ କରୋନା ମୃତ୍ୟୁ ଭଳି ସ୍ପର୍ଶକାତର ଘୋଷଣା ସାମ୍ନାକୁ ଆସିଛି।

ଉକ୍ତ କରୋନା ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର  ଝାରପଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି।  ତାଙ୍କର ବୟସ ୭୨ ବର୍ଷ ବୋଲି ସୂଚନା ଦିଆଯାଇଛି। ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ଥିବା ହେତୁ ଗତ  ଏପ୍ରିଲ ୪ ତାରିଖରେ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କର କ୍ରୋନିକ୍ ଉଚ୍ଚ ରକ୍ତଚାପଜନିତ ସମସ୍ୟା ବି ଥିଲା ବୋଲି ବି ଜଣାଯାଇଛି | ସେ ଚିକିତ୍ସାଧିନ ଥିବା ଅବସ୍ଥାରେ କରୋନା ପଜିଟିଭ୍ ବୋଲି ଜଣାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସେ ନେଇ ଅନୁସନ୍ଧାନ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe