ସଫଳ ହେଲା ପ୍ଲାଜମା ଥେରାପି : ସଂପୂର୍ଣ୍ଣ ସୁସ୍ଥ ହେଲେ ରାଜ୍ୟରେ ପ୍ଲାଜମା ନେଇଥିବା ପ୍ରଥମ କରୋନା ରୋଗୀ

Advertisment
ସଫଳ ହେଲା ପ୍ଲାଜମା ଥେରାପି : ସଂପୂର୍ଣ୍ଣ ସୁସ୍ଥ ହେଲେ ରାଜ୍ୟରେ ପ୍ଲାଜମା ନେଇଥିବା ପ୍ରଥମ କରୋନା ରୋଗୀ

କଟକ: ସଫଳ ହେଲା ପ୍ଲାଜମା ଥେରାପି । କରୋନା ଆକ୍ରାନ୍ତ ହୋଇ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ରାଜ୍ୟର ପ୍ରଥମ ମହିଳା । କଟକର ଅଶ୍ୱିନୀ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷିୟ ମହିଳା ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଛନ୍ତି । ପ୍ଲାଜମା ନେଇଥିବା ଆଉ ୧୩ଜଣଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି । ତେଣୁ ଏହି ଚିକିତ୍ସା ମାଧ୍ୟମରେ ଆଉ ଅଧିକା ରୋଗୀ ସୁସ୍ଥ ହୋଇପାରିବେ ବୋଲି ଆଶା ସଂଚାର ହୋଇଛି ।

ଓଡ଼ିଶାରେ ନୂଆ କରି ଆରମ୍ଭ ହୋଇଥିବା ପ୍ଲାଜମା ଥେରାପି ସୁଫଳ ଦେଖାଇବା ଆରମ୍ଭ କରିଛି । କରୋନାରେ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିବା ରୋଗୀ ପାଇଁ ପ୍ରକୃତରେ କୌଣସି ଚିକିତ୍ସା ନାହିଁ । ଆଉ ଏହି ସମୟରେ ପ୍ଲାଜମା ଥେରାପି ହିଁ ଏକମାତ୍ର ବିକଳ୍ପ ବୋଲି ଚିନ୍ତା କରାଯାଉଛି । ଓଡ଼ିଶାରେ ସମ୍ ହସ୍ପିଟାଲରେ ୪ଜଣଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୪ଜଣ ଖୁବଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ସେମାନଙ୍କୁ ଡ଼ିସଚାର୍ଜ କରାଯିବ ।

ଗତ ୧୫ ତାରିଖରେ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍‌ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ, ପ୍ଲାଜମା ଥେରାପି କୋଭିଡ ମହାମାରୀ ବିରୋଧରେ ସଫଳ ଭାବେ ଲଢ଼ି ପାରିବ ବୋଲି ମୋର ଆଶା। ଦେଶର ହାତଗଣତି ରାଜ୍ୟ ଭିତରେ ଓଡ଼ିଶା ସାମିଲ ହୋଇଛି, ଯେଉଁଠାରେ କରୋନା ଚିକିତ୍ସା ଲାଗି ପ୍ଲାଜମା ଥେରାପି ଆରମ୍ଭ ହୋଇଛି। ଓଡ଼ିଶାର ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ। ପ୍ରତି ରାଜ୍ୟବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ୍। ଏଥିସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଓଡ଼ିଶାବାସୀଙ୍କୁ ମାଗଣାରେ ପ୍ଲାଜମା ଥେରାପିର ସୁବିଧା ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe