ସହିଦ ସପ୍ତାହର ପ୍ରଥମ ଦିନ: ବ୍ୟାନର୍‌, ପୋଷ୍ଟର୍‌ ମାରିଲେ ନକ୍ସଲ, ସହିଦସ୍ତମ୍ଭ ଧ୍ବଂସ କଲେ ସୁରକ୍ଷାକର୍ମୀ

Advertisment

ନକ୍ସଲଙ୍କ ସହିଦ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି। ଏଥିପାଇଁ ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ପୁଲିସ ପକ୍ଷରୁ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରହିଥିଲା ବେଳେ ସୀମାନ୍ତରେ ଡିଭିଏଫ୍‌, ଏସ୍‌ଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି।

ନକ୍ସଲଙ୍କ ସହିଦ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି। ଏଥିପାଇଁ ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ପୁଲିସ ପକ୍ଷରୁ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରହିଥିଲା ବେଳେ ସୀମାନ୍ତରେ ଡିଭିଏଫ୍‌, ଏସ୍‌ଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି।

sfsffsxcxcee

ମାଲକାନଗିରି: ନକ୍ସଲଙ୍କ ସହିଦ ସପ୍ତାହ ଆଜିଠାରୁ ଆରମ୍ଭ ହୋଇଛି। ଏଥିପାଇଁ ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ପୁଲିସ ପକ୍ଷରୁ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରହିଥିଲା ବେଳେ ସୀମାନ୍ତରେ ଡିଭିଏଫ୍‌, ଏସ୍‌ଓଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି। ସେହିପରି ମାଲକାନଗିରି ଜିଲ୍ଲାରେ ରହିଥିବା ୩୦ଟି ବିଏସ୍‌ଏଫ୍‌ କମ୍ପାନି ମଧ୍ୟ କମ୍ବିଂ ଅପରେସନ୍‌କୁ ଜୋର୍‌ଦାର କରିଛନ୍ତି। ନକ୍ସଲ ଯେପରି କୌଣସି ଗାଁରେ ସହିଦ ଦିବସ ପାଳନ କରିବେ ନାହିଁ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ତେଣୁ ଗୁଇନ୍ଦା ବିଭାଗକୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ନକ୍ସଲଙ୍କ କୌଣସି କାର୍ଯ୍ୟକଳାପର ସୂଚନା ମିଳିଲେ ତୁରନ୍ତ ଯବାନ ସେହି ଅଞ୍ଚଳରେ ‌ପହଞ୍ଚିବେ ବୋଲି ଜଣାପଡ଼ିଛି।

ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ନକ୍ସଲ ସହିଦ ସପ୍ତାହ ପାଳନ କରୁଥିବା ସୂଚନା ମିଳିଛି। ସୀମାନ୍ତ ଆନ୍ଧ୍ରପ୍ରଦେଶର ଗ୍ରାମାଞ୍ଚଳରେ ପୋଷ୍ଟର୍‌ ତଥା ବ୍ୟାନର୍‌ ଲଗାଇ ସହିଦ ସପ୍ତାହ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ପୋଷ୍ଟରରେ ସହିଦଙ୍କ ସ୍ମୃତିଚାରଣ ଲାଗି ସଂଗଠନ ପକ୍ଷରୁ ନିବେଦନ କରାଯାଇଛି। ସରକାରଙ୍କ ନକ୍ସଲ ବିରୋଧୀ ଅପରେସନ୍‌ ସତ୍ତ୍ବେ ସଂଗଠନ କେବେ ବି ମରିବ ନାହିଁ। ଆଜି ସଂଗଠନ ଜୀବିତ ରହିଛି, ଆଗକୁ ମଧ୍ୟ ଜୀବିତ ରହିବ ବୋଲି କୁହାଯାଇଛି। ନକ୍ସଲଙ୍କ ଏଭଳି ଖୋଲା ଚ୍ୟାଲେଞ୍ଜ ପରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ସୀମାନ୍ତ ଛତିଶଗଡ଼ରେ ଡିଆର୍‌ଜି, ଏସ୍‌ଟିଏଫ୍‌, ସିଆର୍‌ପିଏଫ୍‌, କୋବ୍ରା, ବିଏସ୍‌ଏଫ୍‌ ଯବାନ ବସ୍ତର ସମେତ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ଘେରି ରହିଛନ୍ତି। ଦନ୍ତେଵାଡ଼ା ଅଞ୍ଚଳରେ ନକ୍ସଲ ନିର୍ମାଣ କରିଥିବା ସହିଦସ୍ତମ୍ଭକୁ ଆଜି ଯବାନ ଧ୍ବଂସ କରିଛନ୍ତି। ସଂଗଠନ ଛାଡ଼ି ମୁଖ୍ୟସ୍ରୋତକୁ ଫେରିବା ଲାଗି ପୁଣି ପୁଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି। ପ୍ରଥମ ଦିନରେ ସେଭଳି କୌଣସି ଅଘଟଣ ଘଟିନାହିଁ। ତେବେ ନକ୍ସଲ ସହିଦ ଦିବସ ପାଳନ କରିବା ପରେ ଆଗକୁ ଭିଡିଓ ତଥା ଫଟୋ ଜାରି କରିବେ ବୋଲି କୁହାଯାଉଛି। ପୁଲିସ-ନକ୍ସଲଙ୍କ ମଧ୍ୟରେ ସହିଦ ସପ୍ତାହକୁ ନେଇ ଛକାପଞ୍ଝା ଚାଲିଥିବାରୁ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe