ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଇଲେକ୍ଟ୍ରି ଡବଲ ଡେକର ବସ୍‌ ପହଞ୍ଚିଛି। ବସ୍‌ଟି ଆନ୍ଧ୍ରପ୍ରଦେଶ ବର୍ଡର ଅତିକ୍ରମ କରି ବ୍ରହ୍ମପୁରରେ ପହଞ୍ଚିଛି। ଏହି ବସ୍‌ରେ  ଓଡ଼ିଶାର କଳା, ସଂସ୍କୃତିର ଝଲକ ରହିଛି ।

Advertisment

ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମହାରାଷ୍ଟ୍ରରୁ ୫ଟି ଇଲେକ୍ଟ୍ରି ଡବଲ ଡେକର ଓଡ଼ିଶା ଅଭିମୁଖେ ବାହାରିଥିଲା। ଡିସେମ୍ବର ୨୮ ତାରିଖରେ ଦୁଇଟି ବସ୍‌ ବାହାରିଥିଲା। ଏହାପରେ ଡିସେମ୍ବର ୩୧ ତାରିଖରେ ଗୋଟିଏ ଓ ଜାନୁଆରି ୧ ତାରିଖରେ ଆଉ ଦୁଇଟି ବସ୍‌ ଓଡ଼ିଶା ଅଭିମୁଖେ ବାହାରିଥିଲା।  

ଡିସେମ୍ବର ୨୮ ତାରିଖରେ ବାହାରିଥିବା ଦୁଇଟି ବସ୍ ମଧ୍ୟରୁ ଗୋଟିଏ ବସ୍‌ ଗୁରୁବାର ବ୍ରହ୍ମପୁରରେ ପହଞ୍ଚିଛି। ବ୍ରହ୍ମପୁରରେ କିଛି ସମୟର ରହଣି ପରେ ବସ୍‌ଟି ଭୁବନେଶ୍ୱର ଅଭିମୁଖେ ବାହାରିଛି । 

ଏହି ବସ୍‌ ସର୍ବ ଭାରତରେ ପ୍ରଥମ ବୋଲି କୁହାଯାଉଛି। ଥରେ ବିଦ୍ୟୁତ୍‌ ସଂଯୋଗ କଲେ ଏହା ପ୍ରାୟ ୨୫୦ରୁ ୩ଶହ କିଲୋମିଟର ପର୍ଯ୍ୟନ୍ତ ଦୂରତା ଯାଇ ପାରିବ । ବସ୍‌ଟି ୫୫ ସିଟ୍‌ ବିଶିଷ୍ଟ ହୋଇଥିବା ବେଳେ ଏହାର ବେଗ ଘଣ୍ଟାପ୍ରତି ୪୫ କିଲୋମିଟର ରହିଛି। 

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବଦଳିଲେ

ପ୍ରଥମେ ପ୍ରବାସୀଙ୍କୁ ବୁଲାଇବା ପରେ ଏହି ବସ୍‌ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀରେ ଚାଲିବ । ଏହାର ସାମ୍ନା ପଟରେ କୋଣାର୍କ ଚକ ଚିହ୍ନ ରହିଛି । ଏହା ସହିତ ବସ୍‌ରେ ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପ ଓ କଟକ ବାଲିଯାତ୍ରାର ଝଲକ ମଧ୍ୟ ରହିଛି। 

କଟକରୁ ଭୁବନେଶ୍ୱର ମଧ୍ୟରେ ୨ଟି ଡବଲ୍ ଡେକର୍ ବସ୍ ଓ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଅନ୍ୟ ୨ଟି ବସ୍ ଚଳାଇବା ପାଇଁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍ )ଯୋଜନା କରିଛି । 

ଅଧିକ ପଢ଼ନ୍ତୁ: ୩ ମହାବଳ ବାଘ ଓଡ଼ିଶା ଆସିବେ: ମନ୍ତ୍ରୀ