ଟ୍ରାଇବାଲ୍‌ ଆଟ୍‌ଲାସ୍‌ ଉନ୍ମୋଚିତ

Advertisment
ଟ୍ରାଇବାଲ୍‌ ଆଟ୍‌ଲାସ୍‌ ଉନ୍ମୋଚିତ

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଜନଜାତି ଭାଷା ଓ ସଂସ୍କୃତି ଏକାଡେମିର ମିଳିତ ଆନୁକୂଲ୍ୟରେ ‘ଟ୍ରାଇବାଲ୍‌ ଆଟ୍‌ଲାସ୍‌ ଅଫ୍‌ ଓଡ଼ିଶା’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉନ୍ମୋଚନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଏହା ଏକ ଅତ୍ୟନ୍ତ ଉପାଦେୟ ପୁସ୍ତକ। ଏହା ଦ୍ୱାରା ଜନଜାତିମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବା ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ମଧ୍ୟ ଏହା ସହାୟକ ହେବ।

ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଏ ବି ଓତା ଏହାର ସମ୍ପାଦନା କରିଛନ୍ତି। ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌ ଏହାର ମୁଖବନ୍ଧ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe