ପ୍ରଥମ ମୁକ୍ତାକାଶ ‘ସବାଇ କଳା ମହୋତ୍ସବ’: ଏକାଠି ହେଲେ ୨୦୦ ବୁଣାକାର

Advertisment

ଗୋଟିଏ ସ୍ଥାନରେ ପାରମ୍ପରିକ ସବାଇ ବୁଣାକାରଙ୍କୁ ଏକାଠି କରିବା ଏବଂ ସେମାନଙ୍କ କାରିଗରୀ ଉତ୍କର୍ଷତାକୁ ଦିଶା ଦେଖାଇବା ପାଇଁ ବାଲେଶ୍ବର ଜିଲ୍ଲା ବାଲିଆପାଳର ‘ଓଜସ୍ୱିନୀ ଲାଇଭ୍‌ଲିହୁଡ୍‌ ଫୋରମ୍‌’ ପକ୍ଷରୁ ପ୍ରଥମ...

ଗୋଟିଏ ସ୍ଥାନରେ ପାରମ୍ପରିକ ସବାଇ ବୁଣାକାରଙ୍କୁ ଏକାଠି କରିବା ଏବଂ ସେମାନଙ୍କ କାରିଗରୀ ଉତ୍କର୍ଷତାକୁ ଦିଶା ଦେଖାଇବା ପାଇଁ ବାଲେଶ୍ବର ଜିଲ୍ଲା ବାଲିଆପାଳର ‘ଓଜସ୍ୱିନୀ ଲାଇଭ୍‌ଲିହୁଡ୍‌ ଫୋରମ୍‌’ ପକ୍ଷରୁ ପ୍ରଥମ...

fhhffhhf

ବାଲିଆପାଳ: ଗୋଟିଏ ସ୍ଥାନରେ ପାରମ୍ପରିକ ସବାଇ ବୁଣାକାରଙ୍କୁ ଏକାଠି କରିବା ଏବଂ ସେମାନଙ୍କ କାରିଗରୀ ଉତ୍କର୍ଷତାକୁ ଦିଶା ଦେଖାଇବା ପାଇଁ ବାଲେଶ୍ବର ଜିଲ୍ଲା ବାଲିଆପାଳର ‘ଓଜସ୍ୱିନୀ ଲାଇଭ୍‌ଲିହୁଡ୍‌ ଫୋରମ୍‌’ ପକ୍ଷରୁ ପ୍ରଥମ ମୁକ୍ତାକାଶ ‘ସବାଇ କଳା ମହୋତ୍ସବ’  ଆୟୋଜିତ ହୋଇଛି। ଡଗରା ବେଳାଭୂମିରେ ଆଜି ଉକ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରାଯାଇଛି।

ଏଥିରେ ସ୍ଥାନୀୟ ଅଞ୍ଚଳର ୨୦୦ରୁ ଅଧିକ ସବାଇ ବୁଣାକାର ଅଂଶଗ୍ରହଣ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଥିଲେ। ଏଠାରେ ବୁଣାକାରମାନେ ପ୍ରସ୍ତୁତ କରିଥିବା ବିଭିନ୍ନ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା। ସବାଇ କଳାକୁ ନେଇ ଦକ୍ଷତା ପ୍ରତିପାଦିତ କରିଥିବା ୧୪ ଜଣ ବୁଣାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଉତ୍ପାଦ ପ୍ରଦର୍ଶନ କରିଥିବା ୩ଜଣ ଶ୍ରେଷ୍ଠ ବୁଣାକାରଙ୍କୁ ପୁରସ୍କୃତ କରାଯାଇଥିଲା। ଭାରତ ସରକାରଙ୍କ ଅଧୀନରେ କାମ କରୁଥିବା ଡେଭ୍‌ଲପ୍‌ମେଣ୍ଟ କମିସନର୍‌ ଫର୍‌ ହ୍ୟାଣ୍ଡିକ୍ରାଫ୍‌ଟ, ନୂଆଦିଲ୍ଲୀ ପକ୍ଷରୁ ମଞ୍ଜୁର ହୋଇଥିବା ୮୫ଟି ପରିଚୟପତ୍ର ବୁଣାକାରମାନଙ୍କୁ ବଣ୍ଟନ ହୋଇଥିଲା।

ପ୍ରଦର୍ଶିତ ହେଲା ବିଭିନ୍ନ ଉତ୍ପାଦ
୧୭ ଜଣଙ୍କୁ ସମ୍ମାନ ପ୍ରଦାନ
ପରିଚୟପତ୍ର ପାଇଲେ ୮୫ ଜଣ
ମହିଳାଙ୍କୁ ସଶକ୍ତ କରିବା ଲକ୍ଷ୍ୟ

କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ନାରାୟଣପୁର କେସି ହାଇସ୍କୁଲ୍‌ର ପୂର୍ବତନ ପ୍ରଧାନଶିକ୍ଷକ ଧୀରେନ୍ଦ୍ର ନାଥ ହାଜିରା ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ‘ଓଜସ୍ୱିନୀ ଲାଇଭ୍‌ଲିହୁଡ୍‌ ଫୋରମ୍‌’ର ନିର୍ଦ୍ଦେଶିକା ସଂଧ୍ୟାରାଣୀ ମହାନ୍ତି, ସମ୍ମାନିତ ଅତିଥି ଭାବେ ଫୋରମ୍‌ର ପରିଚାଳନା ନିର୍ଦ୍ଦେଶକ ଅଜିତ କୁମାର ରାଉତରାୟ, ଉତ୍ପାଦନ ମୁଖ୍ୟ ଜଗନ୍ନାଥ ଦାଶ ଓ ଲେଖିକା ସୁମିତ୍ରା ପାଢ଼ୀ ଯୋଗ ଦେଇଥିଲେ। ଏନେଇ ‘ଓଜସ୍ୱିନୀ ଜୀବିକା ଫୋରମ୍’ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଉତରାୟ କହିଛନ୍ତି, ବୁଣାକାରଙ୍କୁ ବିଶ୍ବସ୍ତରରେ ପହଞ୍ଚାଇବା ଦିଗରେ ମହୋତ୍ସବ ବେଶ୍‌ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe