ରଥଯାତ୍ରା ଇତିହାସରେ ପ୍ରଥମ: ମୁତୟନ ହେବେ ଘରୋଇ ସୁରକ୍ଷା କର୍ମୀ, ଖର୍ଚ୍ଚ ହେବ ୧୪ ଲକ୍ଷ ଟଙ୍କା

Advertisment

ଘରୋଇ ସୁରକ୍ଷା କର୍ମୀ ମୁତୟନ ହେବେ। ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ। ଯାନବାହନ ନିୟନ୍ତ୍ରଣରେ ସାହାଯ୍ୟ କରିବେ। ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା। ରଥଯାତ୍ରା ଇତିହାସରେ ଏଭଳି ପ୍ରଥମ ଘଟଣା ଘଟିବାକୁ ଯାଉଛି।

ଘରୋଇ ସୁରକ୍ଷା କର୍ମୀ ମୁତୟନ ହେବେ। ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ। ଯାନବାହନ ନିୟନ୍ତ୍ରଣରେ ସାହାଯ୍ୟ କରିବେ। ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା। ରଥଯାତ୍ରା ଇତିହାସରେ ଏଭଳି ପ୍ରଥମ ଘଟଣା ଘଟିବାକୁ ଯାଉଛି।

ରଥଯାତ୍ରା ପ୍ରଥମ ସମନ୍ବୟ ବୈଠକ: ରଥଯାତ୍ରା ପ୍ରସ୍ତୁତି ନେଇ ଚିନ୍ତା ପ୍ରକଟ କ‌ଲେ ସେବାୟତ

ପୁରୀ: ଘରୋଇ ସୁରକ୍ଷା କର୍ମୀ ମୁତୟନ ହେବେ। ରଥଯାତ୍ରା ବେଳେ ବିଭିନ୍ନ ପାର୍କିଂସ୍ଥଳ ଜଗିବେ। ଯାନବାହନ ନିୟନ୍ତ୍ରଣରେ ସାହାଯ୍ୟ କରିବେ। ଏଥିପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ୧୬ ହଜାର ଟଙ୍କା। ରଥଯାତ୍ରା ଇତିହାସରେ ଏଭଳି ପ୍ରଥମ ଘଟଣା ଘଟିବାକୁ ଯାଉଛି। ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ହେବା ପରେ ପୁରୀ ଏସ୍‌ପି ଅତିରିକ୍ତ ଡିଜିଙ୍କୁ ଚିଠି ଲେଖିଛନ୍ତି। ବୈଠକର ନିଷ୍ପତ୍ତି ମୁତାବକ ଘରୋଇ ସଂସ୍ଥାଙ୍କଠାରୁ ଟେଣ୍ଡର ଆହ୍ବାନ କରିବାକୁ ଅନୁମତି ମାଗିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘରୋଇ ସଂସ୍ଥାଙ୍କ ନାମରେ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ଦେଇ ମୋଟାଅଙ୍କର ହାତଗୁଞ୍ଜା ହାତେଇବା ପାଇଁ ଯୋଜନା ହୋଇଥିବା ଅଭିଯୋଗ ହୋଇଛି। ରଥଯାତ୍ରାରେ ହଜାର ହଜାର ଗାଡ଼ି ପୁରୀ ଆସେ। ସେମାନଙ୍କ ପାର୍କିଂ ପାଇଁ ସହରର ଉପକଣ୍ଠରେ ବିଭିନ୍ନ ଜାଗାରେ ବ୍ୟବସ୍ଥା ହୁଏ। ଛକ ଜାଗାମାନଙ୍କରେ ପୁଲିସ ଛିଡ଼ା ହୋଇ ପାର୍କିଂ ଜାଗାକୁ ଗାଡ଼ିଗୁଡ଼ିକୁ ପଠାଇ ଦିଏ। ପାର୍କିଂରେ ଗାଡ଼ି ରଖି ଭକ୍ତମାନେ ବଡ଼ଦାଣ୍ଡରେ ପହଞ୍ଚିଥାନ୍ତି। କିନ୍ତୁ ପାର୍କିଂ ଜାଗାରେ ଏହି ଘରୋଇ ସୁରକ୍ଷାକର୍ମୀଙ୍କର କ’ଣ ଆବଶ୍ୟକତା ପଡ଼ିଲା ସେ ନେଇ ପ୍ରଶ୍ନ ଉଠିଛି। ପୁଲିସ କହୁଛି କି ଗାଡ଼ିଗୁଡ଼ିକର ସୁରକ୍ଷାର ଆବଶ୍ୟକତା ରହିଛି। ପାର୍କିଂ ଜାଗାରେ ଅନେକ ସମୟରେ ଗାଡ଼ିଗୁଡ଼ିକ ନିରାପଦରେ ରହୁ ନଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି।

ରଥଯାତ୍ରା ବେଳେ ପାର୍କିଂସ୍ଥଳ ଜଗିବେ
ଖର୍ଚ୍ଚ ହେବ ୧୪ ଲକ୍ଷ ଟଙ୍କା 

ଏ ନେଇ ଆଇନଜୀବୀ ଦେବାଶିଷ ଦାସ କହିଛନ୍ତି, ଗୋଟିଏ ପାର୍କିଂ ଜାଗାରେ ଯଦି ଦୁଇ ଜଣ ସୁରକ୍ଷାକର୍ମୀ ରୁହନ୍ତି ତେବେ ୧୦ଟି ଜାଗାରେ ୨୦ ଜଣ ରହିବେ। ୨୦ ଜଣଙ୍କୁ ୯ ଦିନ ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ? ଯଦି ଅଧିକ ସୁରକ୍ଷା କର୍ମୀ ନେବେ ତେବେ ସ୍ଥାନୀୟ ଯୁବକଙ୍କୁ ସୁଯୋଗ ଦିଅନ୍ତୁ। ସେମାନେ ରୋଜଗାରକ୍ଷମ ହେବେ। ପାର୍କିଂ ଜାଗାରେ ସିସିଟିଭି ଲଗାଇଲେ ସୁରକ୍ଷା ବଢ଼ିବ ଓ କମ୍‌ ଖର୍ଚ୍ଚ ହେବ। ସୁରକ୍ଷା କର୍ମୀଙ୍କ ପିଛା ଏତେ ଟଙ୍କା ଖର୍ଚ୍ଚ କରିବା ବୁଦ୍ଧିମତାର କାମ ନୁହେଁ। ଜଣେ ସରକାରୀ ଅଧିକାରୀ କହିଛନ୍ତି, ଲୋକଙ୍କୁ ଦେଖାଇବା ପାଇଁ କେବଳ ଟେଣ୍ଡର ହେବ। କିନ୍ତୁ ଅଧିକାରୀମାନେ ଯେଉଁ ସଂସ୍ଥାକୁ ଚାହିବେ ସେହି ସଂସ୍ଥାରୁ ସୁରକ୍ଷା କର୍ମୀ ଆସିବେ। ସଂସ୍ଥା ଜରିଆରେ ଏହି ମୋଟାଅଙ୍କର ଅର୍ଥ ହଡ଼ପ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe