ରାଜ୍ୟର ସିନେମା ଇତିହାସରେ ପ୍ରଥମ: ଭୋର୍‌ ସାଢ଼େ ୫ଟାରେ ମୁକ୍ତିଲାଭ କଲା ‘ଚାରିଧାମ’

ଓଡ଼ିଆ ସିନେମା ଇତିହାସରେ ଭୋର୍‌ ସମୟରୁ ମୁକ୍ତିଲାଭ କରିବା ଭଳି ଘଟଣା ପ୍ରଥମ ଥର କଟକରେ ଦେଖିବାକୁ ମିଳିଛି। ଅନୁଭବ ମହାନ୍ତି ଅଭିନୀତ ସିନେମା ‘ଚାରିଧାମ’ ଆଜି ଭୋର ସାଢ଼େ...

Untitled-1

କଟକ: ଓଡ଼ିଆ ସିନେମା ଇତିହାସରେ ଭୋର୍‌ ସମୟରୁ ମୁକ୍ତିଲାଭ କରିବା ଭଳି ଘଟଣା ପ୍ରଥମ ଥର କଟକରେ ଦେଖିବାକୁ ମିଳିଛି। ଅନୁଭବ ମହାନ୍ତି ଅଭିନୀତ ସିନେମା ‘ଚାରିଧାମ’ ଆଜି ଭୋର ସାଢ଼େ ୫ଟାରେ କଟକ ବୃନ୍ଦାବନ ସିନେମା ହଲରେ ମୁକ୍ତିଲାଭ କରିଛି। ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି ଏହାକୁ ଭୋର୍‌ରୁ ରିଲିଜ୍‌ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ସିନେମାକୁ ନେଇ ମାନସିକ ଥିବା ବେଳେ ମାହେନ୍ଦ୍ର ବେଳା ଦେଖି ଏପରି କରିବାକୁ ଯୋଜନା ହୋଇଥିଲା। ଅନୁଭବଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବାକୁ ଯାଇ ଏପରି କରିବାକୁ ପ୍ରଡକ୍ସନ୍‌ ଟିମ୍‌ ନିଷ୍ପତ୍ତି ନେଇଥିବା କୁହାଯାଇଛି। ଭୋର୍‌ରୁ ସିନେମା ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ହିମାଦ୍ରି ତନୟା ଦାସଙ୍କ ଦ୍ବାରା ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ସ‌ିନେମାରେ ଅନୁଭବଙ୍କ ସହ ଅନୁରାଧା ପାଣିଗ୍ରାହୀ, ମିଷ୍ଟର ଗୁଲୁଆ, କାଳିଆ ଷଣ୍ଢ, ସୁଜିତ ପାଇକରାଏ, ଅଶୋକ ଦାସ, ମମତା ତ୍ରିପାଠୀ, ସୁକାନ୍ତ ରଥ, ଜ୍ୟୋର୍ତିମୟୀ ମହାନ୍ତି ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ମୋଟ ୭୧ଟି ସିନେମା ହଲ୍‌ରେ ଏହା ‌ମୁକ୍ତିଲାଭ କରିଥିଲା ବେଳେ ପ୍ରବଳ ବର୍ଷା ସତ୍ତ୍ବେ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବା ପ୍ରଡକ୍ସନ୍‌ ଟିମ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe