Advertisment

ରାଜ୍ୟରେ ପ୍ରଥମ: ଅନୁଗୁଳ ବନଖଣ୍ଡକୁ ଆସିଲା ‘ଐରାବତ’

Advertisment

ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’। ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି।

ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’। ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି।

adaddzxzxz

ଅନୁଗୁଳ: ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’। ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍‌ଟି ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଛି। ହାତୀ ସ୍ଥାନାନ୍ତର ବେଳେ ଆବଶ୍ୟକ ହେଉଥିବା ସବୁ ଯନ୍ତ୍ରପାତି ଏଥିରେ ଉପଲବ୍ଧ। ଫଳରେ ପୂର୍ବରୁ ଟ୍ରକ୍‌ରେ ଯେଉଁଭଳି ହାତୀଙ୍କୁ ନିଆଯାଉଥିଲା ସେଭଳି ସମସ୍ୟା ଆଉ ହେବ ନାହିଁ।

ହାତୀ ସ୍ଥାନାନ୍ତରରେ ହେବ ନିୟୋଜିତ

ରହିଛି ସ୍ବତନ୍ତ୍ର ଲିଫ୍‌ଟ, ସିସିଟିଭି
ଗାଡ଼ି ଦାମ୍‌ କୋଟିଏରୁ ଅଧିକ

ସୂଚନା ମୁତାବକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି। ଅନୁଗୁଳରେ ସାତକୋଶିଆ ଭଳି ଅଭୟାରଣ୍ୟ ରହିଥିବାରୁ ବିଭିନ୍ନ ସମୟରେ ଅସୁସ୍ଥ ହାତୀଙ୍କ ଜୀବନ ଯାଉଛି। ଅଧିକ ଚିକିତ୍ସା ପାଇଁ ହାତୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ବିଭିନ୍ନ ସମସ୍ୟା ଦେଖାଯାଉଥିଲା। ଏବେ ଅନୁଗୁଳ ବନଖଣ୍ଡକୁ ହାତୀ ସ୍ଥାନାନ୍ତର ପାଇଁ ଆବଶ୍ୟକ ହେଉଥିବା ‘ଐରାବତ’ ଟ୍ରକ୍‌ ଆସିଛି। ଏଥିରେ ହାତୀକୁ ଟ୍ରକ୍‌ରେ ଉଠିବାକୁ ସ୍ବତନ୍ତ୍ର ଲିଫ୍‌ଟ ଲାଗିଛି। ଟ୍ରକ୍‌ରେ ୧୫ ଶହ ଲିଟର ଜଳଧାରଣ କରୁଥିବା ଟ୍ୟାଙ୍କ୍‌ ରହିଛି। ଦୂର ସ୍ଥାନକୁ ହାତୀ ସ୍ଥାନାନ୍ତର ସମୟରେ ହାତୀର ଗାଧୋଇବା ଓ ପିଇବା ପାଇଁ ଯେପରି ପାଣିର ଅଭାବ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି। ସେହିପରି ଜଳାଶୟରୁ ପାଣି ଭର୍ତ୍ତି କରାଯିବାକୁ ଏକ ପାଣି ପମ୍ପ ରହିଛି। ହାତୀର ତାପମାତ୍ରା ମାପିବାକୁ ଅଟୋମେଟିକ୍‌ ମେସିନ୍‌ ଓ ଫାଷ୍ଟଏଡ୍‌ ବକ୍ସ ଖଞ୍ଜା ଯାଇଛି। ସେଥିରେ ୨ ହଜାର ୱାଟ୍‌ର ଜେନେରେଟର ଲାଗିବା ସହିତ ଆଲୋକୀକରଣ ପାଇଁ ଉଜ୍ବଳ ଲାଇଟ୍‌ ରହିଛି।

ସୁରକ୍ଷାକୁ ଦୃଷ୍ଟିରେ ରଖି ୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଅସୁସ୍ଥ ହାତୀ ଖାଇବା ପାଇଁ ସେଥିରେ ସ୍ବତନ୍ତ୍ର ପାତ୍ର ରଖାଯାଇଛି। ଗାଡ଼ିଟି ହାତୀକୁ ଅନ୍ୟ ସ୍ଥାନକୁ ନେଇ ଯାଉଥିବାବେଳେ ସାଇରନ୍‌ ବାଜି ଉଠିବ, ଫଳରେ ଟ୍ରାଫିକ୍‌ ସମସ୍ୟାରେ ଫସିବ ନାହିଁ। ଅନ୍ୟପକ୍ଷରେ ଏହା ରାଜ୍ୟର ଏକମାତ୍ର ସ୍ବତନ୍ତ୍ର ଗାଡ଼ି, ଯାହାକି ହାତୀ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଛି। ଗାଡ଼ିର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା। ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ପାତ କରୁଥିବା ହାତୀମାନଙ୍କୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଅନ୍ୟତ୍ର ସ୍ଥାନାନ୍ତରରେ ଏହା ବେଶ୍‌ ସହାୟକ ହେବ। ଅସୁସ୍ଥ ହାତୀମାନଙ୍କୁ ମଧ୍ୟ ଏହି ଗାଡ଼ିରେ ଚିକିତ୍ସା ପାଇଁ ନିଆଯାଇ ପାରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe