ଖରିଫ ଫସଲ ୨୦୨୫-୨୬ ପାଇଁ ଆନ୍ତଃମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ସୋମବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଖରିଫ ୨୦୨୫-୨୬ ଋତୁରେ ଫସଲ କ୍ରୟ ନିମନ୍ତେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି....

First meeting of Inter-Ministerial Committee for Kharif Crop 2025-26 held

First meeting of Inter-Ministerial Committee for Kharif Crop 2025-26 held Photograph: (sambad.in)

ଭୁବନେଶ୍ୱର: ସୋମବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଖରିଫ ୨୦୨୫-୨୬ ଋତୁରେ ଫସଲ କ୍ରୟ ନିମନ୍ତେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ବୈଠକରେ ଚାଷୀଙ୍କ ସୁବିଧାକୁ ପ୍ରାଥମିକତା ଦେବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

ଏଥିସହିତ ଏବେଠାରୁ ଆନ୍ତଃବିଭାଗୀୟ ସମନ୍ଵୟରେ ସ୍ଥାୟୀ ମଡେଲ ମଣ୍ଡି ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ନଭେମ୍ବର ମାସ ଶେଷ ଆଡକୁ ଖରିଫ ଫସଲର ପ୍ରୋକ୍ୟୁରମେଣ୍ଟ କରିବାକୁ ସରକାର ଯୋଜନା କରିଛନ୍ତି । ତଦନୁଯାୟୀ, ରୋଡ଼ମ୍ୟାପ ପ୍ରସ୍ତୁତି ଚାଲିଛି । ସରକାରଙ୍କ ଦ୍ୱାରା ୮୦୦ ଟଙ୍କା ଅତିରିକ୍ତ ଇନପୁଟ ସହାୟତା ଭାବେ ମିଳିବା କାରଣରୁ ବହୁ ଅଣଧାନ ଚାଷୀ ମଧ୍ୟ ଧାନ ଫସଲ ପାଇଁ ଆଗ୍ରହ ପ୍ରକାଶ କରି ଚଳିତ ବର୍ଷ ଧାନ ଚାଷ କରିଛନ୍ତି । ତେଣୁ ପୂର୍ବବର୍ଷ ତୁଳନାରେ ନୂଆ ଚାଷୀଙ୍କ ପଞ୍ଜିକରଣରେ ୨୯ ପ୍ରତିଶତ ବୃଦ୍ଧି ଘଟିଛି ।
 
ଏହାବ୍ୟତୀତ, ଧାନ କ୍ରୟ ପରବର୍ତ୍ତୀ ପରିଚାଳନା ପାଇଁ ଅଧିକ ସଂଖ୍ୟକ ଗୋଦାମ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏସବୁ ଏଫସିଆଇ, ସମବାୟ ବିଭାଗ, ୱେର ହାଉସିଂ କର୍ପୋରେସନ ଦ୍ୱାରା କରାଯିବ । ସେହିଭଳି ଏଫସିଆଇ ଦ୍ୱାରା ନିର୍ଦ୍ଦିଷ୍ଟ ପରିମାଣର ଚାଉଳ ପ୍ରୋକ୍ୟୁରମେଣ୍ଟ କରାଯିବା ବାଦ ବଳକା ଚାଉଳର ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ଇଥାନଲ ପ୍ଲାଣ୍ଟକୁ ଯୋଗାଣ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ବିଭିନ୍ନ ଯୋଜନା ମାଧ୍ୟମରେ ମାଗଣାରେ ଚାଉଳ ବଣ୍ଟନ, ଅନ୍ୟଦେଶକୁ ରପ୍ତାନୀ ଭଳି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇଛି । 

ଅଧିକ ସଂଖ୍ୟକ ରାଇସ୍ ମିଲ ଖୋଲିବା, ପୂର୍ବରୁ ଥିବା ମିଲ୍ ଗୁଡିକୁ ଅପଗ୍ରେଡ କରି ହାଇବ୍ରିଡ଼ ମିଲରେ ପରିଣତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଛି ।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ  ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ  ହେମନ୍ତ କୁମାର ଶର୍ମା, ପ୍ରମୁଖ ଶାସନ ସଚିବ, ଅର୍ଥ  ସଂଜୀବ କୁମାର ମିଶ୍ର, କୃଷି ଡ଼ ଅରବିନ୍ଦ କୁମାର ପାଢ଼ୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ  ସଞ୍ଜୟ କୁମାର ସିଂହ, କମିସନର ତଥା ଶାସନ ସଚିବ, ସମବାୟ  ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତୁତି ବିଷୟରେ ନିଜର ସୁଚିନ୍ତିତ ମତାମତ ପୋଷଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe