ନୂଆ ସରକାରର ପ୍ରଥମ ମନ୍ତ୍ରିପରିଷଦ ବୈଠକରେ ନବୀନ କହିଲେ ନୂଆ ଓଡ଼ିଶା ଗଠନ ଦିଗରେ ଆମେ ସମସ୍ତେ ପ୍ରୟାସ କରିବା

Advertisment
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଡାକ୍ତରଖାନାରେ ଶଯ୍ୟା ସଂଖା ବୃଦ୍ଧି, ରୋଗୀଙ୍କ ସହାୟକଙ୍କ ଲାଗି ସ୍ୱତନ୍ତ୍ର ସୁବିଧା

wikidata.org

ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ବୁଧବାର ମନ୍ତ୍ରିପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ନୂଆ ଓଡ଼ିଶା ଗଠନ ଦିଗରେ ଆମେ ସମସ୍ତେ ପ୍ରୟାସ କରିବା। ବୈଠକରେ ନବୀନ ୫ଟି ‘ଟି’ ଉପରେ ଗୁରୁତ୍ୱ ଦେଇଛନ୍ତି। ଟିମ୍‌ ଓ୍ଵାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି ଓ ଟ୍ରାନ୍ସଫରମେସନକୁ ସେ ଗୁରୁତ୍ୱ ଦେଇଛନ୍ତି।

ନବୀନ ସମୟ (ଟାଇମ୍‌)କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଫନି ପରେ ଆମେ ଠିକ ସମୟରେ ପୁନରୁଦ୍ଧାର କାମ କରି ପାରିଛୁ। ଏସୀଆନ୍‌ ଆଥଲେଟିକସ୍‌ ଚାମ୍ପିଅନ୍‌ସିପ୍‌ ୯୦ ଦିନ ଭିତରେ ଆୟୋଜନ କରିଛୁ। ଆମେ ୩୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତିକରଣ କରିପାରିଛୁ। କାଳିଆ ଯୋଜନା ଶୁଭାରମ୍ଭ କରି ୧୫ ଦିନ ମଧ୍ୟରେ ଦେଶବାସୀ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛୁ।

publive-image Odisha Sun Times

ନବୀନ ଏକ ନୂତନ ଓ ସଶକ୍ତ ଓଡ଼ିଶା ଗଠନ କରିବାକୁ ଆହ୍ଵାନ ଦେବା ସହିତ ଦକ୍ଷତାର ସହ କାର୍ଯ୍ୟ କରିବାକୁ ନୂତନ ମନ୍ତ୍ରିମଣ୍ଡଳକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବିକାଶ ଓ ଉନ୍ନତି କ୍ଷେତ୍ରରରେ ମହିଳାଙ୍କ ସମାନ ଭାଗିଦାରୀ ରହିବ। ଦୁର୍ବଳ ଓ ପଛୁଆ ଶ୍ରେଣୀର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯିବ। ଆଜିର ଯୁବଗୋଷ୍ଠୀ କ୍ଷିପ୍ର ବେଗରେ ଆଗକୁ ବଢ଼ୁଛନ୍ତି। ଓଡ଼ିଶାର ସମୟ ଆସିଛି ବୋଲି ଏବେ ବିଶ୍ୱ ଜାଣିବ ଏବଂ ଆମ ସମୟ ଏବେଠୁ ଆରମ୍ଭ ହେବ ବୋଲି ନବୀନ କହିଛନ୍ତି।

ପଂଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆ ଲୋକଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି। କାରଣ ସେହି ଲୋକମାନେ ଆମକୁ ସେବାର ସୁଯୋଗ ଦେଇଛନ୍ତି। ମୋ ନିକଟରେ ବିଶ୍ୱାସ ରଖିଥିବାରୁ ରାଜ୍ୟବାସୀଙ୍କ ନିକଟରେ ଋଣୀ ବୋଲି ନବୀନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe