first meeting of the new management committee of the temple has ended: For the first time, a new subcommittee has been formed to protect the temple. Photograph: (sambad.in)
ପୁରୀ: ନୂତନ ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ। ନୂତନ ସଦସ୍ୟ ମାନଙ୍କୁ ସ୍ୱାଗତ କରାଗଲା। ଗତ ଉଚ୍ଚସ୍ତରୀୟ କମିଟି ବୈଠକର ବିବରଣୀ ପଠନ ଓ ଦୃଢୀକରଣ କରାଗଲା। ନୂତନ ସବକମିଟି ଗଠନ କରାଗଲା। ୧୪ଟି ସବକମିଟି ଗଠନ ହୋଇଛି। ଅର୍ଥନୀତି,ରତ୍ନଭଣ୍ଡାର, ଅପିଲ୍ ସବକମିଟି ଗଠନ କରାଗଲା। ପ୍ରଥମଥର ପାଇଁ ଶ୍ରୀମନ୍ଦିର ସୁରକ୍ଷା ନେଇ ନୂତନ ସବକମିଟି ଗଠନ। ଗିରିଶ୍ ମୁର୍ମୁ ଅଧକ୍ଷ,ଜିଲ୍ଲାପାଳ, ଏସପି,ସେବାୟତ ମାନେ ସଦସ୍ୟ ରହିବେ। ପ୍ରତ୍ୟକ କମିଟିରେ ପରିଚାଳନା କମିଟିର ସଭ୍ୟ ରହିଛନ୍ତି।
ଶ୍ରୀଜଗନ୍ନାଥ ତତ୍ୱ ଗବେଷଣା ଓ ପ୍ରକାଶନ ସବକମିଟି ଗଠନ ହେଲା। ସେବକ କଲ୍ୟାଣ ପାଇଁ ମଧ୍ୟ ସବକମିଟି। ଜିଲ୍ଲାପାଳ ଅଧ୍ୟକ୍ଷ,ଏସପି ସଦସ୍ୟ, ଅତରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ, କିଛି ସେବାୟତ ସଦସ୍ୟ ରହିବେ। ଭୂମି ସବକମିଟି ବା ଲ୍ୟାଣ୍ଡ ସବକମିଟି ଗଠନ ହୋଇଛି। ଏଥିରେ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷ,ଜିଲ୍ଲାପାଳ, ଦେବୋତ୍ତର କମିସନର ସଦସ୍ୟ ରହିବେ। ପ୍ରକଳ୍ପ ସାଂସ୍କୃତିକ ସବକମିଟି ଗଠନ। ଯାହାକିଛି କାରୁକାର୍ଯ୍ୟ ହେଉଛି,ଗଜପତି ମହାରାଜା ଅଧ୍ୟକ୍ଷ,ଅନ୍ୟମାନେ ସହ ମନୋନୀତ ସଦସ୍ୟ ରହିବେ।
ଶ୍ରୀଜଗନ୍ନାଥ ମନ୍ଦିର ପେନସନ୍ ଟ୍ରଷ୍ଟ ବୋର୍ଡ ସବକମିଟି ଗଠନ। ଜିଲ୍ଲାପାଳ ଅଧକ୍ଷ ରହିବେ। ସଂସ୍ଥା ସବକମିଟି ଗଠନ। ଜିଲ୍ଲାପାଳ ଅଧକ୍ଷ ଏବଂ ଅନ୍ୟାନ୍ୟ ଅଧିକାରୀ ସଭ୍ୟ ରହିବେ। ନୂତନ ପ୍ରସ୍ତାବ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନ ବିଧି ସବକମିଟି ଗଠନ। ଏଥିରେ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷ ଓ ଅନ୍ୟମାନେ ସଭ୍ୟ ରହିବେ। ଭୂସମ୍ପତ୍ତିର ସୁରକ୍ଷା ପାଇଁ ଓକିଲ ନିଯୁକ୍ତି। ନୀତି ସମନ୍ୱୟ କମିଟି ଗଠନ। ନୀତି ପ୍ରଶାସକ ଅଧକ୍ଷ ରହିବେ। ନୀତି ସବକମିଟିର ମନୋନୀତ ସଦସ୍ୟ ରହିବେ। ନାଟମଣ୍ଡପରେ ଧାଡି ଦର୍ଶନ ପ୍ରସଙ୍ଗ। ଏସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ଖୁବଶୀଘ୍ର ଲାଗୁ ହେବ। ଜିଲ୍ଲାପାଳ, ଏସପି,୫ ଜଣ ସେବକ ପ୍ରତିନିଧି, ଓବିସିସି,ଏଏସଆଇ ପ୍ରତିନିଧି ଧାଡି ଦର୍ଶନ ସମୀକ୍ଷା କରିବେ।
ଧାଡି ଦର୍ଶନ ପାଇଁ ନୀତିକାନ୍ତି ପ୍ରଭାବିତ ଯେଭଳି ହେବନି ତାହା ଉପରେ ଗୁରୁତ୍ୱ। ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ କରାଯିବ। ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ପାଇଁ ଏଏସଆଇ ତରଫରୁ ଅନୁମତି ଦେଇଛି। କମିଟି ଏକ ଏସଓପି କରିବ। ତାହା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେଵ।
ଦିବ୍ୟାଙ୍ଗମାନଙ୍କ ପାଇଁ ଉତ୍ତରଦୁଆରରେ ରାମ୍ପ୍ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ ହୋଇଛି। ତା ପାଇଁ ଏକ ଏସଓପି କରାଯିବ। ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ। ଏହା ଉପରେ ବିସ୍ତୃତ ଆଲୋଚନା ହୋଇଛି। ଦୀଘାରେ ଜଗନ୍ନାଥ ଧାମ୍ ଲେଖାକୁ ନେଇ ପରିଚାଳନା କମିଟି କ୍ଷୋଭ ପ୍ରକାଶ କରିଛନ୍ତି। ଆସନ୍ତା ୬ ତାରିଖରେ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ନେଇ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରେସବିଞ୍ୟପ୍ତି କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଇସ୍କନର ଗଭର୍ଣ୍ଣିଂବଡି ପାଖକୁ ପଠାଯିବ। ଜଗନ୍ନାଥ ଧାମ୍ ଶବ୍ଦର କୌଣସି ଅପବ୍ୟବହାର କରିପାରିବେ ନାହିଁ। ସଂସଦ ଭବନରେ ରଥଚକ ସ୍ଥାନ ପାଇଁ ପରିଚାଳନା କମିଟି ଅନୁମୋଦନ କରିଛି। ଶ୍ରୀମନ୍ଦିର ଭିତରେ ମାତୃ ସ୍ତନ୍ୟପାନ ଗୃହ କାର୍ଯ୍ୟକ୍ଷମ ଉପରେ ଆଲୋଚନା ହୋଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି।
puri | Puri Jagannath temple
Follow Us