‘ମେକ୍‌ ଇନ୍‌ ଓଡ଼ିଶା’ରେ ୫ ଲକ୍ଷ ନିଯୁକ୍ତି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

Advertisment

ରାଜ୍ୟର ପ୍ରଥମ ସହରୀ ଶିକ୍ଷା ସୌଧ ଉଦ୍‌ଘାଟିତ

ରାଜ୍ୟର ପ୍ରଥମ ସହରୀ ଶିକ୍ଷା ସୌଧ ଉଦ୍‌ଘାଟିତ

‘ମେକ୍‌ ଇନ୍‌ ଓଡ଼ିଶା’ରେ ୫ ଲକ୍ଷ ନିଯୁକ୍ତି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଗୋଳନ୍ଥରା : ‘ଓଡ଼ିଶାରେ ଯୁବଶକ୍ତି ଓ ଯୁବ ଦକ୍ଷତା ବିକାଶକୁ ସରକାର ପ୍ରାଧୢାନ୍ୟ ଦେଉଛନ୍ତି। କାରଣ ଯୁବ ସମାଜର ବିକାଶରେ ହିଁ ରାଜ୍ୟର ବିକାଶ ସମ୍ଭବ। ଏଥିପାଇଁ ମେକ୍‌ ଇନ୍‌ ଓଡ଼ିଶା ଯୋଜନାରେ ୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବା ଲକ୍ଷ୍ୟ ରଖାଯାଇଛି। ଯ’ଦ୍ବାରା ଯୁବ ସମାଜର ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହେବା ସହ ରାଜ୍ୟର ଆର୍ଥିକ ବିକାଶ ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ଗୋପାଳପୁର ନିର୍ବାଚନମଣ୍ତଳୀ ପାଲୁର‌୍‌ ହିଲ୍‌ ଠାରେ ନିର୍ମିତ ରାଜ୍ୟର ପ୍ରଥମ ମେଗା ଅର୍ବାନ୍‌ ଏଜୁକେସନ୍‌ କମ୍ପ୍ଲେକ୍ସ, ଅନୁସୂଚିତ ଜାତି ଓ ଜନଜାତି ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଓ ଆବାସିକ କ˚ପ୍ଲେକ୍ସକୁ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ପାଲୁର‌୍‌ ହିଲ୍‌ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ଓ ଆବାସିକ କ˚ପ୍ଲେକ୍ସ ଠାରେ ଆୟୋଜିତ ସାଧାରଣସଭାରେ ସମବେତ ଜନତାକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ବିକାଶ ସହ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ତାଙ୍କ ସରକାର ସଦାସର୍ବଦା ଚେଷ୍ଟିତ। ଏଥିପାଇଁ ଯୁବଦକ୍ଷତା ବିକାଶକୁ ଗୁରୁତ୍ବ ଦିଆଯାଉଛି।

ଅନ୍ୟମାନଙ୍କ ମଧ୍ୟରେ, ବ୍ରହ୍ମପୁର ସା˚ସଦ ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରମୁ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe