ଆଜି ‌ଶ୍ରାବଣ ମାସର ପ୍ରଥମ ସୋମବାର: ଶୈବପୀଠ ଖାଁ ଖାଁ, ବୋଲ୍‌ବମ୍‌ ଭକ୍ତଙ୍କୁ ଦେଖିବାକୁ ମିଳୁନି

Advertisment
ଦେବୋତ୍ତର କମିସନରଙ୍କୁ ମଠ, ମନ୍ଦିର ସେବାୟତଙ୍କ ଚିଠି: ସହାୟତା ନ ଦେଲେ ଆନ୍ଦୋଳନ ଚେତାବନୀ

image source-piligrimaide.com

ଭୁବନେଶ୍ବର : ଆଜି ‌ଶ୍ରାବଣ ମାସର ପ୍ରଥମ ସୋମବାର। ଆଜି ଓଡ଼ିଶାର ପ୍ରତିଟି ଶିବ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥାନ୍ତା। ବିଶେଷ କରି ବୋଲ୍‌ବମ୍‌ ଭକ୍ତ(କାଉଡ଼ିଆ)ମାନେ ଜଳ ଲାଗି କରିବା ପାଇଁ ଭିଡ଼ ଜମାଇଥାନ୍ତେ। କିନ୍ତୁ ଏଥର କରୋନା ଲାଗି ପରିସ୍ଥିତି ଭିନ୍ନ ରହିଛି। ପୁରୀର ଲୋକନାଥ, ଭୁବନେଶ୍ବରର ଲିଙ୍ଗରାଜ, କଟକର ଗଡ଼ଗଡ଼େଶ୍ବର ପୀଠ, ଧବଳେଶ୍ବର, ନୟାଗଡ଼ର ଲଡ଼ୁବାବା ପୀଠ, ଢେଙ୍କାନାଳର କପିଳାସ, ଭଦ୍ରକର ଆଖଣ୍ଡଳମଣି, ବାଲେଶ୍ବରର ଝାଡ଼େଶ୍ବର ଆଦି ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆଜି ଖାଁ ଖାଁ।

publive-image ????????????????????????????????????

ବୋଲ୍‌ବମ୍‌ ଭକ୍ତ(କାଉଡ଼ିଆ)ମାନେ ପାଣି ଉଠାଇ ଶିବ ମନ୍ଦିର ଯାଇପାରିବେ ନାହିଁ ବୋଲିରାଜ୍ୟ ସରକାର ବୋଲବମ୍‌ ଯାତ୍ରା ଉପରେ ରୋକ୍ ଲଗାଇଥିବାରୁ ଏବଂ କରୋନା ପାଇଁ ଧାର୍ମିକ କାର୍ଯ୍ୟ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଟକଣା ଥିବାରୁ ଏପରି ସ୍ଥିତି ଉପୁଜିଛି।
ସୂଚନାଯୋଗ୍ୟ, ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ସୂଚନା ‌ଦେଇ କହିଥିଲେ ଯେ ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳୀ
ସର୍ବସାଧାରଣଙ୍କ ପାଇଁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି। ସାମାଜିକ, ରାଜନୈତିକ ଓ ଧାର୍ମିକ ଉତ୍ସବ ଉପରେ କଟକଣା ଜାରି କରାଯାଇଛି। ଶ୍ରାବଣ ମାସରେ ରାଜ୍ୟର କିଛି ଧାର୍ମିକ ସ୍ଥାନରୁ ଶ୍ରଦ୍ଧାଳୁମାନେ ପାଣି ନେଇ ଖାଲି ପାଦରେ ଚାଲି ଚାଲି ଶିବ ମନ୍ଦିର ଯା’ନ୍ତି। ସାଧାରଣତଃ ଶନିବାର, ରବିବାର ସେମାନେ ପାଣି ଉଠାନ୍ତି ଓ ସୋମବାର ଶିବ ମନ୍ଦିରରେ ପାଣି ଢାଳନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହି କାର୍ଯ୍ୟକୁ ଅନୁମତି ଦିଆଯାଇପାରିବ ନାହିଁ। ତେଣୁ ଶ୍ରାବଣ ମାସରେ କାଉଡ଼ିଆମାନଙ୍କ ପାଣି ଉଠାଇବା, ରାସ୍ତାରେ ଚାଲିବା ଓ ମନ୍ଦିରକୁ ପ୍ରବେଶ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe