ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆଜି : ୪ ଲୋକସଭା, ୨୮ ବିଧାନସଭା ଆସନ ପାଇଁ ମତଦାନ, ଲଢୁଛନ୍ତି ୨୧୭ ପ୍ରାର୍ଥୀ, ସକାଳ ୭ଟାରୁ ମତଦାନ ଆରମ୍ଭ

Advertisment

୬୦ ଲକ୍ଷ ଭୋଟର ନିଜ ଅଞ୍ଚଳ ପାଇଁ ବାଛିବେ ପ୍ରତିନିଧି, ୩ ମନ୍ତ୍ରୀଙ୍କ ସମେତ ମଇଦାନରେ ୩୦ ହେଭିେଵଟ୍ ନେତା

୬୦ ଲକ୍ଷ ଭୋଟର ନିଜ ଅଞ୍ଚଳ ପାଇଁ ବାଛିବେ ପ୍ରତିନିଧି, ୩ ମନ୍ତ୍ରୀଙ୍କ ସମେତ ମଇଦାନରେ ୩୦ ହେଭିେଵଟ୍ ନେତା

ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆଜି : ୪ ଲୋକସଭା, ୨୮ ବିଧାନସଭା ଆସନ ପାଇଁ ମତଦାନ, ଲଢୁଛନ୍ତି ୨୧୭ ପ୍ରାର୍ଥୀ, ସକାଳ ୭ଟାରୁ ମତଦାନ ଆରମ୍ଭ

Moneycontrol

ଭୁବନେଶ୍ୱର : ଘମାେଘାଟ ପ୍ରଚାର, ଅନ୍ଧାରୀ ବିଜେ ସରିଲା। ଆସନ୍ତାକାଲି ଭୋଟ୍‍। ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଯିବ। ୪ ଲୋକସଭାର ୨୬ ପ୍ରାର୍ଥୀ ଓ ୨୮ ବିଧାନସଭାର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ ମତଦାତା। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନଜର ରହିଛି ଏହି ପର୍ଯ୍ୟାୟ ଭୋଟ ଉପରେ। ଯଦିଓ େମ’ ୨୩ ତାରିଖରେ ମତ ଗଣନା େହବ, ତଥାପି ଏହି ପର୍ଯ୍ୟାୟ ନିର୍ବାଚନରୁ ହିଁ େଭାଟରଙ୍କ ମୁଡ୍ ମାପିବେ େନତା।

େକାରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଚାରିଟି େଲାକସଭା ଆସନ ଏବେ ବିେଜଡି ଦଖଲରେ ଅଛି। ବିେଜଡି ଚାରିଟି ଯାକ େଲାକସଭା ଆସନ ଦଳ ନିଜ ପାଖେ ପୂର୍ବଭଳି ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛି। ବିେଜପି ଓ କେଂଗ୍ରସ ସ୍ଥିତିରେ ସୁଧାର ଆସିବ େବାଲି ଲକ୍ଷ୍ୟ ରଖିଛନ୍ତି।

୨୮ଟି ବିଧାନସଭା ଆସନକୁ ନେଇ ବି ବିଭିନ୍ନ ଦଳ ରଣନୀତିରେ ଚୂଡାନ୍ତ ସ୍ପର୍ଶ େଦଉଛନ୍ତି। ୨୦୧୪ରେ ଏସବୁ ଆସନ ମଧ୍ୟରୁ ବିେଜଡି ସର୍ବାଧିକ ୨୦ଟି ଦଖଲ କରିଥିଲା। କଂଗ୍ରେସ ୬ ଓ ବିେଜପି ୨ଟି ଆସନରେ ବିଜୟୀ େହାଇଥିଲା।

୨୦୧୯ ନିର୍ବାଚନରେ ସବୁ ଦଳ ପରସ୍ପରକୁ ମାତ େଦବା ଲାଗି େଯାଜନା ଚଳାଇଛନ୍ତି। ଅବିଭକ୍ତ େକାରାପୁଟ ଜିଲ୍ଲାରେ ପଦ୍ମ ଫୁଟାଇବା ଲକ୍ଷ୍ୟରେ ରହିଛି ବିେଜପି। କଳାହାଣ୍ଡି, ବ୍ରହ୍ମପୁର ବିେଜଡି ଗଡରେ ମଧ୍ୟ ଧସେଇ ପଶିବା ଲାଗି ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ଅବିଭକ୍ତ େକାରାପୁଟ ଜିଲ୍ଲାରେ ଗଡ ସୁରକ୍ଷିତ ରଖିବା ସହିତ କଳାହାଣ୍ଡି ଜିଲ୍ଲାରେ ନିଜ ଉପସ୍ଥିତି ଜାହିର କରିବା ପାଇଁ େଠାସ୍ ରଣନୀତି କରିଛି କଂଗ୍ରେସ। ଅନ୍ୟପକ୍ଷରେ ଅବିଭକ୍ତ େକାରାପୁଟ ଜିଲ୍ଲା ଓ ନୂଆପଡାରୁ ବିେରାଧୀଙ୍କୁ େବଦଖଲ କରି ନିଜର ପୂର୍ବ ଆସନକୁ ସୁରକ୍ଷିତ ରଖିବା ଲାଗି ବିେଜଡି ରଣନୀତି ତିଆରି କରିଥିବା ଦଳ କହିଛି।

ଏସବୁକୁ ନେଇ ଆସନ୍ତାକାଲି ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‍ରେ ବନ୍ଦ ହେବ। ଏହି ପର୍ଯ୍ୟାୟ ନିର୍ବାଚନ ରାଜ୍ୟ ରାଜନୀତି ପାଇଁ େବଶ୍ ଗୁରୁତ୍ବ ରଖୁଛି। କାରଣ ବିେଜପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେଂଗ୍ରସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ପ୍ରତିନିଧିତ୍ବ ନେଇ େଭାଟର ନିଜର ରାୟ ଦେବେ। ରାଜ୍ୟ ସରକାରଙ୍କର ତିନି ଜଣ ମନ୍ତ୍ରୀ ରମେଶ ମାଝୀ, ସୂର୍ଯ୍ୟ ନାରାୟଣ ପାତ୍ର ଓ ଉଷା ଦେବୀଙ୍କର େଲାକପ୍ରିୟତା କାଲି ମପାଯିବ। ପୂର୍ବତନ ମନ୍ତ୍ରୀ ପୁେଷ୍ପନ୍ଦ୍ର ସିଂହଦେଓ, ପ୍ରଦୀପ ନାୟକ, ଭୂପିନ୍ଦର ସିଂହ, ପ୍ରଦୀପ ପାଣିଗ୍ରାହୀ, ରବି ନାରାୟଣ ନନ୍ଦଙ୍କର ମଧ୍ୟ ଭାଗ୍ୟ ନିର୍ଧାରିତ ହେବ। ଏମାନଙ୍କ ବ୍ୟତୀତ ବିେରାଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ପୂର୍ବତନ େକନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଭକ୍ତ ଦାସଙ୍କ କପାଳ େଲଖିବେ େଭାଟର। ଏମାନଙ୍କୁ ମିଶାଇ ପାଖାପାଖି ୩୦ ହେଭିେଵଟ୍ େନତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁସାରେ, କଳାହାଣ୍ଡି େଲାକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ଟି ଯାକ ବିଧାନସଭା ଆସନରେ ଅର୍ଥାତ୍ ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ନର୍ଲା, ଭବାନୀପାଟଣାରେ ସକାଳ ୭ଟାରୁ ୪ଟା ଯାଏ େଭାଟଗ୍ରହଣ େହବ। ନବରଙ୍ଗପୁର େଲାକସଭା ଅନ୍ତର୍ଗତ ୭ଟି ଆସନ ମଧ୍ୟରୁ କେବଳ ନବରଙ୍ଗପୁର ବିଧାନସଭା େକ୍ଷତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ େଭାଟର ମତଦାନ କରିପାରିବେ। ଉମରକୋଟ, ଝରିଗାଁ, ଡାବୁଗାଁ, େକାଟପା଼ଡ, ମାଲକାନଗିରି ଓ ଚିତ୍ରକୋଣ୍ଡାରେ ଅପରାହ୍ନ ୪ଟା ଯାଏ ମତଦାନ ସମୟ ରହିଛି।

ବ୍ରହ୍ମପୁର େଲାକସଭା ଆସନ ଅନ୍ତର୍ଗତ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡି, େମାହନାରେ ସନ୍ଧ୍ୟା ୬ଟା ଯାଏ ମତଦାନ େହବ। େକାରାପୁଟ େଲାକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜୟପୁର ବିଧାନସଭା ଆସନକୁ ଛାଡିଦେଲେ ଅନ୍ୟ ସବୁ ଆସନ ଯଥା ଗୁଣୁପୁର, ବିଷମ କଟକ, ରାୟଗଡା, ଲକ୍ଷ୍ମୀପୁର, େକାରାପୁଟ, ପଟ୍ଟାଙ୍ଗିରେ ମତଦାନ ସମୟ ୭ଟାରୁ ୪ଟା ଯାଏ ଧାର୍ଯ୍ୟ େହାଇଛି। ଜୟପୁରରେ େଭାଟର ୬ଟା ଯାଏ ମତଦାନ କରିପାରିବେ।

ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି, ପ୍ରକୃତ ମତଦାନର ୯୦ ମିନିଟ୍ ଅର୍ଥାତ୍ ଦେଢ ଘଣ୍ଟା ପୂର୍ବରୁ ମକ୍ େପାଲ୍ ଅନୁଷ୍ଠିତ େହବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe