୧ରେ ବୀମା କମ୍ପାନିଙ୍କୁ ପ୍ରଥମ ପର୍ଯ୍ୟାୟ ଧାନ ଅମଳ ତଥ୍ୟ ଦିଆଯିବ!

୧ରେ ବୀମା କମ୍ପାନିଙ୍କୁ ପ୍ରଥମ ପର୍ଯ୍ୟାୟ ଧାନ ଅମଳ ତଥ୍ୟ ଦିଆଯିବ!

ଭୁବନେଶ୍ୱର : ପ୍ରତିବର୍ଷ ଫେବ୍ରୁଆରି ମାସ ୧୫ ତାରିଖ ସୁଦ୍ଧା ଖରିଫ ଧାନ ଅମଳ ସଂପର୍କିତ ପଞ୍ଚାୟତଓ୍ଵାରି ତଥ୍ୟ ବୀମା କମ୍ପାନିମାନଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି। ତଦନୁଯାୟୀ ତଥ୍ୟ ମିଳିବାର ମାସେ କି ଦେଢ଼ମାସ ଭିତରେ ବୀମା କମ୍ପାନିମାନେ ଚାଷୀଙ୍କୁ ବୀମା ଅର୍ଥ ପୈଠ କରିଥାନ୍ତି। ଏଥର ପୂର୍ବ ନିଷ୍ପତ୍ତିରେ ପରିବର୍ତନ ଅଣାଯାଇଛି। ଏକକାଳୀନ ଭାବେ ଅମଳ ତଥ୍ୟ ବଦଳରେ ପର୍ଯ୍ୟାୟ କ୍ରମେ ଏଭଳି ତଥ୍ୟ ଦିଆଯିବାର ସ୍ଥିର ହୋଇଛି। ଏହାକୁ ଭିତ୍ତିକରି ବୀମା କମ୍ପାନିମାନେ ପଞ୍ଜୀକୃତ ଚାଷୀମାନଙ୍କୁ ବୀମା ଅର୍ଥ ଆକଳନ କରିବା ସହିତ ପୈଠ କରିଚାଲିବେ। ଏହି ନିଷ୍ପତ୍ତି ଅନୁଯାୟୀ ଫେବ୍ରୁଆରି ୧ ତାରିଖରେ ପ୍ରାୟ ୭/୮ ଜିଲ୍ଲାର ଅମଳ ତଥ୍ୟ ବୀମା କମ୍ପାନିଙ୍କୁ ହସ୍ତାନ୍ତର କରାଯିବ ବୋଲି ଆପାତତଃ ଚୂଡ଼ାନ୍ତ ହୋଇଛି।

ସମବାୟ ବିଭାଗ ସୂଚନା ଅନୁଯାୟୀ ଚାଷୀଙ୍କୁ ଯଥାଶୀଘ୍ର ବୀମା ରାଶି ପୈଠ, ବୀମା କମ୍ପାନିମାନଙ୍କ ବୀମା ଅର୍ଥ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ଵିତ ନିମନ୍ତେ ଏକକାଳୀନ ଅମଳ ତଥ୍ୟ ଦିଆଯିବ ନାହିଁ। ବର୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲାରୁ ଧାନ ଅମଳ ହୋଇ ସେ ନେଇ ତଥ୍ୟ ସଂଗ୍ରହ ହୋଇସାରିଛି। ସଂଗୃହୀତ ତଥ୍ୟଗୁଡ଼ିକୁ ତର୍ଜମା କରି ପ୍ରଥମେ ସମବାୟ ବିଭାଗ, ପରେ କୃଷି ବିଭାଗକୁ ହସ୍ତାନ୍ତର କରାଯିବ। ଶେଷରେ ବୀମା କମ୍ପାନିମାନଙ୍କୁ ତଥ୍ୟ ଦିଆଯିବ। ଫେବ୍ରୁଆରି ପହିଲାରେ କେତେକାଂଶରେ ଧାନକଟା ତଥ୍ୟ ଦିଆଯିବ। ୧୫ ତାରିଖ ସୁଦ୍ଧା ସମଗ୍ର ରାଜ୍ୟର ତଥ୍ୟ ପ୍ରଦାନ ଶେଷ ହେବ।

ଏହି ପରିପ୍ରେକ୍ଷୀରେ ଏପ୍ରିଲ୍‌ ମାସ ସୁଦ୍ଧା ବୀମା କମ୍ପାନିମାନେ ପଞ୍ଜୀକୃତ ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଗତବର୍ଷ ବୀମା ରାଶି ପ୍ରଦାନରେ ପ୍ରାୟ ମାସେ ବିଳମ୍ବ ହୋଇଥିବାରୁ ସେହି ଭୁଲ୍‌ର ପୁନରାବୃତ୍ତି ନ କରି ତଥ୍ୟ ପ୍ରଦାନକୁ ତ୍ୱରାନ୍ଵିତ କରାଯିବ। ଆଜି ଏ ନେଇ ସମବାୟ ବିଭାଗ ପକ୍ଷରୁ କୃଷି ଉତ୍ପାଦନ କମିସନର, ଉଦ୍ୟାନ କୃଷି ନିର୍ଦେଶକ, ଅର୍ଥନୀତି ଓ ପରିସଂଖ୍ୟାନ, ନିର୍ଦେଶକଙ୍କୁ ଚିଠି ଲେଖାଯାଇଛି। ଚିଠିରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଶସ୍ୟକଟା ଅମଳ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଫଳରେ ବୀମା ରାଶି ଆକଳନ ଯଥାଶୀଘ୍ର ସଂପନ୍ନ ହୋଇପାରିବ। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୮.୩୬ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe