ପ୍ରଥମ ପର୍ଯ୍ୟାୟରେ ଗୋଲକ ମହାପାତ୍ରଙ୍କ ଜେରା ଶେଷ, ଆଜି ଆଉ ଥରେ ବୟାନ ରେକର୍ଡ କରିବ ପୁଲିସ

Advertisment
ପ୍ରଥମ ପର୍ଯ୍ୟାୟରେ ଗୋଲକ ମହାପାତ୍ରଙ୍କ ଜେରା ଶେଷ, ଆଜି ଆଉ ଥରେ ବୟାନ ରେକର୍ଡ କରିବ ପୁଲିସ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମାଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ଛତ୍ରପୁର ପୁଲିସ ପ୍ରଥମ ପର୍ଯ୍ୟାୟରେ ଜେରା କରିବା ପରେ ମଧ୍ୟାହ୍ନ ଭୋଜନ ପାଇଁ ଛାଡି ଦେଇଛି। ଛତ୍ରପୁର ଥାନାରେ ଗୋଲକଙ୍କୁ ଅପରାହ୍ନ ୧ଟା ୧୦ରୁ ୨ଟା ୧୦ ପର୍ଯ୍ୟନ୍ତ ଜେରା କରାଯାଇଥିବା ଜଣାପଡ଼ିଛି। ସେ ଅପରାହ୍ନ ୪ଟାରେ ପୁଣି ଥରେ ଥାନାରେ ପହଞ୍ଚିବେ ଓ ପୁଲିସକୁ ବୟାନ ଦେବେ। ଗୋଲକ ମହାପାତ୍ରଙ୍କୁ ପୁଲିସ ୧୬୧ରେ ବୟାନ ରେକର୍ଡ କରିଛି।

ନୋଟିସ୍‌ ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଗୋଲକ ମହାପାତ୍ର ଦଳୀୟ କର୍ମୀଙ୍କ ସହିତ ଥାନା ପରିସରରେ ପହଞ୍ଚିଥିଲେ। ସେଠାରେ ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ମହାପାତ୍ର, ଅତିରିକ୍ତ ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ, ଏସ୍‌ଡିପିଓ ରମେଶ ଚନ୍ଦ୍ର ସେଠୀ, ଆଇଆଇସି ବିଷ୍ଣୁ ପ୍ରସାଦ ଓ ହାଇକୋର୍ଟ ଓକିଲ ପାର୍ଥ ସାରଥୀ ନାୟକଙ୍କ ଉପସ୍ଥିତିରେ ଗୋଲକଙ୍କୁ ଜେରା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe