ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶ୍ରୀ ସାଥୀ ମାନସୀ

Advertisment

ବିକ୍ରମଦେବ ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶ୍ରୀ ସାଥୀ ଭାବେ ମାନସୀ ରାଣୀ ମହାନ୍ତିଙ୍କୁ ଚୟନ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ର‌ମେ ବିଶ୍ବବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍‌ ଗଠନ କରାଯାଇଛି....

ବିକ୍ରମଦେବ ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶ୍ରୀ ସାଥୀ ଭାବେ ମାନସୀ ରାଣୀ ମହାନ୍ତିଙ୍କୁ ଚୟନ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ର‌ମେ ବିଶ୍ବବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍‌ ଗଠନ କରାଯାଇଛି....

first Shaktishree Sathe Mansi of the University

first Shaktishree Sathe Mansi of the University

ଜୟପୁର: ବିକ୍ରମଦେବ ବିଶ୍ବବିଦ୍ୟାଳୟର ପ୍ରଥମ ଶକ୍ତିଶ୍ରୀ ସାଥୀ ଭାବେ ମାନସୀ ରାଣୀ ମହାନ୍ତିଙ୍କୁ ଚୟନ କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ର‌ମେ ବିଶ୍ବବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍‌ ଗଠନ କରାଯାଇଛି।

ଏଥି ପାଇଁ ବିଶ୍ବବିଦ୍ୟ‌ାଳୟର ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଙ୍କ ମଧ୍ୟରେ ଏକ ଚୟନ ପ୍ରକ୍ରିୟା ଆୟୋଜନ କରାଯାଇଥିଲା। 

ପ୍ରତ୍ୟେକ ବିଭାଗରୁ ଜଣେ ସ୍ନାତକ ଛାତ୍ରୀ ଓ ଜଣେ ସ୍ନାତ‌କୋତ୍ତର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ବିଭିନ୍ନ ପର୍ଯ୍ୟାୟରେ ଛାତ୍ରୀଙ୍କ ମେଧା, ନେତୃତ୍ବ ନେବାର ଦକ୍ଷତା, ସମସ୍ୟାକୁ ଉପସ୍ଥାପନା କରିବାରୁ ଯୋଗ୍ୟତା, ଉପସ୍ଥିତ ବୁଦ୍ଧି, ସାଧାରଣଜ୍ଞାନ ଆଦି ପରୀକ୍ଷା କରାଯାଇଥିଲା।

ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଂଯୋଜିକା ଡ. ସାଗରିକା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଚୟନ ପ୍ରକ୍ରିୟାରେ ସ୍ନାତକୋତ୍ତର ପରିଷଦର ନିର୍ଦ୍ଦେଶକ ଡ. ପ୍ରଶାନ୍ତ ପାତ୍ର, ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କ୍ୟାପଟେନ ଲକ୍ଷ୍ମଣ ପାତ୍ର, ମାନବସମ୍ବଳ ବିକାଶ ପରିଷଦର ଦେବଦତ୍ତ ଇନ୍ଦୁରିଆ, ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ଡ. ଅରୁଣ ରାଜ ପ୍ରମୁଖ ସାମିଲ ହୋଇଥିବା ବେଳେ ବିଚାରକ ଭାବେ ‌ଯୌନ ଉତ୍ପୀଡନ ସେଲ୍‌ର ଶକ୍ତିଶ୍ରୀ ସନ୍ତୋଷୀ ନାୟକ, ପଲ୍ଲବୀ ନାୟକ, କ୍ରୀଷ୍ଣା ପ୍ରିୟଦର୍ଶିନୀ ପ୍ରଧାନ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ। 

ଚୟନ ପ୍ରକ୍ରିୟାରେ ମାନସୀ ରାଣୀ ମାହାନ୍ତିଙ୍କ ଶକ୍ତିଶ୍ରୀ ସାଥୀ ଭାବେ ଚୟନ କରାଯାଇଥିଲା। ସେହିପରି ଶକ୍ତିଶ୍ରୀ ପ୍ରତିନିଧି ଭାବେ ସ୍ନିଗ୍ଧାସୁମନ ସାହୁ, ବିଷ୍ଣୁପ୍ରିୟା ସ୍ବାଇଁ, ଶୁଭଶ୍ରୀ ବିଶ୍ବାଳ, ମନ୍ଦିରା ସରକାର, ପ୍ରଣତି ପାଣିଗ୍ରାହୀ, ମନୀଷା ଚିଚୁଆନ, ସୁଚିତ୍ର ପଟ୍ଟନାୟକ, ୟାମିନୀ ପଟ୍ଟନାୟକ, ପ୍ରିଦର୍ଶିନୀ ଚୌଧୁରୀ, ଶର୍ମିଷ୍ଠା ପଲେଇ, ସ୍ମୃତିମେଧା ମିଶ୍ର, ଅଞ୍ଜଳି ଶତପଥୀ, ଶୁଭଶ୍ରୀ ବିଶ୍ବାଳ, ପ୍ରିୟଙ୍କା ପାତ୍ର, ଅଲିଭା ସ୍ବାଇଁ, ପ୍ରେମିକା ଖିଲୋ, ବେବି ଜାଲ, ପ୍ରିୟଙ୍କା ଶତପଥୀ, ସ୍ନେହାରାଣୀ ଖେମୁଣ୍ଡୁ, ଶୁଭସ୍ମିତା ଷଡଙ୍ଗୀ, ପ୍ରତୀଷା ସାହୁ, ସୁରଭି ରଥ, ପ୍ରିୟଙ୍କା ସାବତ, କଶିଶ ପାତ୍ର ପ୍ରମୁଖଙ୍କୁ ଶ୍ରେଣୀ ପ୍ରତିନିଧି ଭାବେ ଚୟନ କରାଯାଇଛି।

ସୂଚନାଯୋଗ୍ୟ, ମେଧାବୀ ମାନସୀ ରାଣୀ ସ୍ନାତକ ପ୍ରାଣୀବିଜ୍ଞାନର ତୃତୀୟ ବର୍ଷ ଛାତ୍ରୀ। ସେ ଜଣେ ସୁବକ୍ତା। ବିଦ୍ୟାଳୟ, ମହାବିଦ୍ୟାଳୟ, ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ, ଅନ୍ତଃବିଶ୍ବବିଦ୍ୟାଳୟର ବକ୍ତୃତ‌ା, ସମ୍ବାଦର ଜୋନ୍‌ସ୍ତରୀୟ ବାର୍ଷିକ ବକ୍ତୃତା ପ୍ରତିଯୋଗିତା ଆଦି ଶତାଧିକ ପ୍ରତିଯୋଗିତ‌ାରେ ଅଂଶ ଗ୍ରହଣ କରି କୃତିତ୍ବ ହାସଲ କରିଛନ୍ତି। ସମ୍ବାଦ ସାହିତ୍ୟଘର ପକ୍ଷରୁ ଯୁବକବୟିତ୍ରୀ ସମ୍ମାନରେ ସମ୍ମାନିତ ହେବା ସହ ବିଭିନ୍ନ ଅନୁଷ୍ଠନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି।

Koraput | vikram dev university 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe