sisat
ବରୀ: ଦୁଇଦିନ ହେବ ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ତାତିରେ ବରୀବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଆଜି ବରୀ ବ୍ଲକର ଅମଠପୁର ପଞ୍ଚାୟତରେ ପ୍ରଥମ ଅଂଶୁଘାତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ସ୍ବର୍ଗତ ଦିବାକର ମଳିକଙ୍କ ପୁତ୍ର ଚନ୍ଦନ ମଳିକ (୪୦)। ସେ ପାଖ ପଞ୍ଚାୟତ ମହାକାଳପଡ଼ା ଗ୍ରାମକୁ କାମ କରିବାକୁ ଯାଇଥିଲେ।
ରାଜମିସ୍ତ୍ରି ଭାବେ ତାଙ୍କ ଭାଇ କୁନ୍ଦନ କୁମାର ମଳିକ କାମ କରୁଥିବାବେଳେ ଚନ୍ଦନ ତାଙ୍କୁ ସହାୟତା କରୁଥିଲେ। ଦିନ ପ୍ରାୟ ୨ଟା ମଧ୍ୟରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଇନ୍ଦୁପୁର ପ୍ରଥମିକ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଭାଇ କୁନ୍ଦନ କହିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ମୃତ୍ୟୁର କାରଣ ଜଣାପଡ଼ିବ। ମୃତ ଚନ୍ଦନଙ୍କ ୧୨ ବର୍ଷର ପୁତ୍ର ଥିବା ଜଣାପଡ଼ିଛି। କେନ୍ଦ୍ରପଡ଼ା ମୁଖ୍ୟ ଚିକିତ୍ସାଳୟରେ ବରୀ ବିଧାୟିକାଙ୍କ ପ୍ରତିନିଧି ଦେବେନ୍ଦ୍ର ଦାସ ପହଞ୍ଚି ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି।
Follow Us