ଏସ୍‌ସିବିରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀଙ୍କ ମୃତ୍ୟୁ

Advertisment
ଏସ୍‌ସିବିରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀଙ୍କ ମୃତ୍ୟୁ

କଟକ : ଏସ୍‌ସିବିରେ ଚଳିତ ବର୍ଷ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ସୁଶାନ୍ତ ଜେନା(୫୨) ଏବଂ ଘର କନ୍ଦରପୁର ଅଞ୍ଚଳ‌େର। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଥିବା‌ ସୂଚନା ମିଳିଛି। ସେ ଭୁବନେଶ୍ବରର ଏକ ‌ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ୍‌ସିବିକୁ ରେଫର୍ କରାଯାଇଥିଲା। ସେ ବଡ଼ ମେଡିକାଲ୍‌ ପଲ୍ୟୁମୁନାରୀ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ସ୍ବାଇନ୍‌ ଫ୍ଲୁ ରୋଗୀ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe