ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ୍‌: ବାରବାଟୀ ଟ୍ବେଣ୍ଟି-୨୦ ମ୍ୟାଚ୍‌ର ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ୍‌: ବାରବାଟୀ ଟ୍ବେଣ୍ଟି-୨୦ ମ୍ୟାଚ୍‌ର ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ବାରବାଟୀ ଟ୍ବେଣ୍ଟି-୨୦ ମ୍ୟାଚ୍‌ର ପ୍ରଥମ ଟିକେଟ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଣିଛନ୍ତି। ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ସଞ୍ଜୟ ବେହେରା ସୋମବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଟିକେଟ୍‌ ପ୍ରଦାନ କରିଛନ୍ତି।

ଓସିଏ ସଭାପତି ଓ ସମ୍ପାଦକ ଜୁନ୍ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଲାଗି କରାଯାଇଥିବା ସମସ୍ତ ସୁରକ୍ଷା ବ୍ୟବସ୍ଥା ଓ ଟିକେଟ୍ ବିକ୍ରିର ସୁବନ୍ଦୋବସ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ସହିତ ଏଚ୍‌ଡିଏଫସି ବ୍ୟାଙ୍କ୍‌ ଜୋନାଲ୍ ମୁଖ୍ୟ ଦୀପକ ସିଂହ ଏବଂ ଉପ ସଭାପତି ଅନିମେଶ ବିଶ୍ବାଳ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏକ ନମ୍ବର ଗ୍ୟାଲେରି ଟିକେଟ୍ ପ୍ରତୀକାତ୍ମକ ଭାବେ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ଏଥର ଟିକେଟ୍‌ରେ ବାରକୋଡ୍ ସହିତ ଏକ ଗୋପନ ନମ୍ବର ରହିଛି. ଯାହା କେବଳ କମିସନରେଟ୍‌ ପୁଲିସ ଓ ଟିକେଟ ଛାପା କମ୍ପାନି ଜାଣିଛି। ଏହାଦ୍ବାରା ଟିକେଟ୍ ନକଲକୁ ରୋକି ହେବ ବୋଲି ଓଡ଼ିଶା କ୍ରିକେଟ୍‌ ସଂଘ ବିଶ୍ବାସ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe