ସଉତୁଣୀକୁ ତଣ୍ଟି ଚିପି ହତ୍ୟା

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

Deccan Herald

ପଦ୍ମପୁର: ପାରିବାରିକ କଳହକୁ କେନ୍ଦ୍ର କରି ସଉତୁଣୀଙ୍କୁ ତଣ୍ଟିଚିପି ହତ୍ୟା କରିଛି ଅନ୍ୟଜଣେ ସଉତୁଣୀ। ସଦର ଥାନା ଅନ୍ତର୍ଗତ ଡିମ୍ବୋ ପଞ୍ଚାୟତ ନଇଗାଁ ଗ୍ରାମର ଆକାଶ ମୁଣ୍ତା ପ୍ରଥମେ ସାହିର ମୁନି ମୁଣ୍ତା(୨୪) ପରେ  ଆଶାମୁଣ୍ତା(୨୨)ଙ୍କୁ ବିବାହ କରିଥିଲେ। ଆଜି ଦୁଇ ସଉତୁଣୀ ନଈଗାଁ ନିକଟ ଅରଡେଇନଦୀକୁ ଗାଧୋଇବାକୁ ଯାଇଥିଲେ।

ଦୁହିଁଙ୍କ କଳହକୁ କେନ୍ଦ୍ର କରି ମୁନି ମୁଣ୍ତା ସଉତୁଣୀ ଆଶା ମୁଣ୍ତାଙ୍କୁ ଏକ ଓଢଣୀରେ ତଣ୍ଟିକୁ ଚିପି ହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ ହେଁ ଡାକ୍ତର ଆଶାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe