କନ୍ଧମାଳରେ ପହିଲି ଶୀତ

Advertisment

ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରିକୁ ଖସିଲା, ଘନ କୁହୁଡ଼ିରେ ଆଚ୍ଛାଦିତ ଫୁଲବାଣୀ ସହର

ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରିକୁ ଖସିଲା, ଘନ କୁହୁଡ଼ିରେ ଆଚ୍ଛାଦିତ ଫୁଲବାଣୀ ସହର

ବିଭିନ୍ନ ସ୍ଥାନରେ ତୁଷାରପାତ: ଘୁ.ଉଦୟଗିରିରେ ପାରଦ ୩.୨, ଫୁଲବାଣୀରେ ୫.୬

ଫୁଲବାଣୀ : କନ୍ଧମାଳରେ ଶୀତର ପହିଲି ସ୍ପର୍ଶ ଅନୁଭୂତ ହୋଇଛି। ଶୀତ ସହ ଘନ କୁହୁଡ଼ି ବି ଆରମ୍ଭ ହୋଇଯାଇଛି। ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଗତ ସପ୍ତାହରେ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ସେଲ୍‌ସିୟସ ଥିବା ବେଳେ ଆଜି ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରିକୁ ଖସିଆସିଛି। ଜିଲ୍ଲା ସଦର ମହକୁମା ଫୁଲବାଣୀ, ଦାରିଙ୍ଗବାଡ଼ି ଓ ବେଲଘର ଆଦି ସ୍ଥାନରେ ଶୀତ ଅନୁଭୂତ ହୋଇଛି। ସେହିଭଳି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ରହିଛି।

କନ୍ଧମାଳ ଜିଲ୍ଲା ସମୁଦ୍ର ପତ୍ତନଠାରୁ ଉଚ୍ଚ‌ରେ ଥିବାରୁ ଏଠାରେ ରାଜ୍ୟର ଅନ୍ୟ ସ୍ଥାନମାନଙ୍କ ତୁଳନାରେ ଶୀତ ଅଧିକ ହୋଇଥାଏ। ପ୍ରତିବର୍ଷ ଅକ୍ଟୋବରର ମଧ୍ୟ ଭାଗକୁ କନ୍ଧମାଳ ଜିଲ୍ଲାରେ ଶୀତ ଅନୁଭୂତ ହୋଇଥାଏ। ତେବେ କନ୍ଧମାଳ ଜିଲ୍ଲାର ଏହି ହାଲୁକା ଶୀତ ହିଁ ପର୍ଯ୍ୟଟକଙ୍କ ପସନ୍ଦ ପାଲଟିଥାଏ। ଶୀତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ସଜେଇବା ଆରମ୍ଭ ହୋଇଗଲାଣି। ଦାରିଙ୍ଗବାଡ଼ିର ପର୍ଯ୍ୟଟନ ସ୍ଥଳୀ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲିଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe