ଏନ୍‌ସି କଲେଜ ଛାତ୍ରବାସରୁ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ନିଖୋଜ

Advertisment
ଏନ୍‌ସି କଲେଜ ଛାତ୍ରବାସରୁ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ନିଖୋଜ

ଯାଜପୁର: ଯାଜପୁରର ନରସିଂହ ଚୌଧୁରୀ (ଏନ୍‌ସି) ମହାବିଦ୍ୟାଳୟର ଛାତ୍ରବାସରୁ ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ନିଖୋଜ ଥିବା ଅଭିଯୋଗ ହୋଇଛି। ଆଜି ସେ ନିଜ ଛାତ୍ରବାସରୁ କେଉଁ ଆଡେ ଚାଲି ଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ ବିଂଝାରପୁର ବ୍ଲକ ସିଂହପୁର ମଳିଆ ଅଂଚଳର ଭରତ ସାହୁଙ୍କ ପୁଅ ଚିରଞ୍ଜୀବ ସାହୁ(୧୭)। ସେ ଚଳିତ ବର୍ଷ ଏନସି କଲେଜରେ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷର ଛାତ୍ର ଥିଲେ। ତେବେ ସବୁଦିନ ସେ ଆଜି ନିତ୍ୟକର୍ମ ସାରି ଘର ଲୋକଙ୍କ ସହ ଯୋଗଯୋଗ କରିଥାନ୍ତି। ଆଜି ମଧ୍ୟ ସେ ଘର ସହ କଥା ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଘର ଲୋକଙ୍କ ସହ ଯୋଗାଯୋଗ ନକରିବାରୁ ଘର ଲୋକଙ୍କ ସନ୍ଦେହ ମିଳିଥିଲା।

ତେବେ ପରିବାର ଲୋକ ଛାତ୍ରବାସରେ ପହଂଚି ତାର ରୁମ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ପରେ ପରିବାର ଉପସ୍ଥିତିରେ କିଛି ଛାତ୍ର ସେହି ରୁମ ଓ କପବୋର୍ଡ ଭାଙ୍ଗା ଯାଇଥିଲା। ପରେ ଚିରଞ୍ଜୀବର ମୋବାଇଲ ମିଳିଥିଲା। ଅନ୍ୟପଟେ ଆଜି ସେ ନିଜର ଶୋଇବା ବିଛଣା ଭାଙ୍ଗି ରଖି ଦେଇଥିବା ବେଳେ ନିଜର ବ୍ୟାଗ ଓ କିଛି ପୋଷାକ ନଥିବା ଦେଖିବାକୁ ପାଇଥିଲେ। ତେବେ ଆଜି ସେହି ରୁମର ଅନ୍ୟ ଛାତ୍ର ୨ ଜଣ ଛାତ୍ର ଭୁବନେଶ୍ୱର ଯାଇଥିବା ବେଳେ ସନ୍ଧ୍ୟାରେ ସେ ଦୁଇଜଣ ଙ୍କୁ ମଧ୍ୟ ପଚାରା ଉଚରା କର ଯାଇଛି। କିନ୍ତୁ ସେମାନେ ଗଲା ବେଳେ ଚିରଞ୍ଜୀବ ରୁମରେ ଥିବା କହିଥିଲେ। ଏନେଇ ଯାଜପୁର ଟାଉନ ଥାନା ରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe