ମାର୍ଚ୍ଚ ପହିଲାରୁ ଅନ୍‌ଲାଇନ୍‌ରେ ୟୁଜି ପ୍ରଥମ ବର୍ଷ ପାଠପଢ଼ା

Advertisment
ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ଖୋଲିବନି ନୂଆ କଲେଜ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ସ୍ନାତକ(ୟୁଜି) ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ମାର୍ଚ୍ଚ ପହିଲାରୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ଜାନୁଆରି ୧୧ରୁ ୟୁଜି ଓ ସ୍ନାତକୋତ୍ତର(ପିଜି) ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା। ସେହିପରି ଗତ ୧୦ ତାରିଖଠାରୁ ପିଜି ପ୍ରଥମ ଓ ୟୁଜିର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି। ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ଏବେ ସରିଛି। ଯଦି ସେମାନଙ୍କ ପାଠପଢ଼ା ତୁରନ୍ତ ଆରମ୍ଭ କରା ନଯାଏ, ତେବେ ଗୋଟିଏ ବର୍ଷ ନଷ୍ଟ ହୋଇଯିବ। ତେଣୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅନ୍‌ଲାଇନ୍‌ ମୋଡ୍‌ରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାଠ୍ୟଖସଡ଼ା ମୁତାବକ ପାଠପଢ଼ା ପାଇଁ ପ୍ରସ୍ତୁତ କରିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ବିଭାଗର ପୂର୍ବ ନିର୍ଦେଶ ମୁତାବକ, ପାଠ୍ୟକ୍ରମର ୨୫% ଛାତ୍ରଛାତ୍ରୀ ସେଲ୍ଫ ଷ୍ଟଡି କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe