ନଭେମ୍ବର ୧ରେ ପ୍ରଥମ ବର୍ଷ ୟୁଜି ଏବଂ ୧୫ରେ ପ୍ରଥମ ବର୍ଷ ପିଜି ପାଇଁ ଆରମ୍ଭ ହେବ ଅଫଲାଇନ ପାଠପଢ଼ା

ନଭେମ୍ବର ୧ରେ ପ୍ରଥମ ବର୍ଷ ୟୁଜି ଏବଂ ୧୫ରେ ପ୍ରଥମ ବର୍ଷ ପିଜି ପାଇଁ ଆରମ୍ଭ ହେବ ଅଫଲାଇନ ପାଠପଢ଼ା

ଭୁବନେଶ୍ବର: କରୋନା ସଂକ୍ରମଣ କମିବା ପରେ ଏବେ ଅଫଲାଇନରେ ଆରମ୍ଭ ହେବ ପାଠପଢ଼ା। ସଂକ୍ରମଣ କମ ହେବା ସହ କରୋନା ଟିକାକରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ସରକାର କଟକଣାକୁ କୋହଳ କରିଛନ୍ତି। ପ୍ରଥମ ବର୍ଷ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଛାତ୍ରଛାତ୍ରୀମାନଙ୍କ ପାଇଁ ଅଫଲାଇନ୍ ପାଠପଢ଼ା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷ‌ା ବିଭାଗ। ନଭେମ୍ବର ୧ ଏବଂ ନଭେମ୍ବର ୧୫ରୁ ଓଡ଼ିଶାରେ ଡିଗ୍ରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପାଠପଢ଼ା।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସମସ୍ତ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ଏବଂ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନଭେମ୍ବର ୧ ଏବଂ ନଭେମ୍ବର ୧୫ରୁ ‌ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଅଫଲାଇନ ପାଠପଢ଼ା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ସାମାଜିକ ଦୂରତା ଏବଂ ଉପଯୁକ୍ତ କରୋନା କଟକଣା ଅନୁସରଣ କରି ପାଠପଢ଼ା ଆରମ୍ଭ କରିବାକୁ କୁହାଯାଇଛି।

ଶ୍ରେଣୀଗୃହ ସହ ହଷ୍ଟେଲରେ ମଧ୍ୟ କରୋନା କଟକଣାର ପାଳନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe