The Himalayan Times
କାଳିଆପାଣି: ଟମକା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ମାନପୁର ଗାଁରେ ଏକ ପୋଖରୀରେ ଏକାଧିକ ବିବାଦୀୟ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ବିଷ ପକାଇ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ ମାରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଖରୀରେ ପୁଳାପୁଳା ବଡ଼ବଡ଼ ମଲା ମାଛ ଭାସୁଥିବା ଦେଖି ଏଥିରେ ଭାଗିଦାର ଥିବା ୪୫ ରୁ ଅଧିକ ପରିବାର ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏସଂକ୍ରାନ୍ତରେ ଗ୍ରାମବାସୀଙ୍କ ପକ୍ଷରୁ ଧୀରେନ୍ଦ୍ର ନାଥ ପୁହାଣ ଥାନାରେ ଏତଲା ଦେଇଛନ୍ତି।
ପୁଲିସ ପକ୍ଷରୁ ନଂ.୫୧/୨୨ରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ଗାଁର ପୀତାମ୍ବର ପୁହାଣ ଓ ରୋହନ ପୁହାଣ ପୋଖରୀରେ ପଶି ରାତି ଅଧିଆ ବିଷ ପକାଉଥବା ବେଳେ ଏକାଧିକ ଜଗୁଆଳି ଏହା ଦେଖିଥିବା ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି।
Follow Us