ମାନ୍‌ଧାତା ବାବାଙ୍କ ମନ୍ଦିର ଜଳାଶୟରେ ମାଛ ମୃତ୍ୟୁ

ମାନ୍‌ଧାତା ବାବାଙ୍କ ମନ୍ଦିର ଜଳାଶୟରେ ମାଛ ମୃତ୍ୟୁ

ResearchGate

ମାନେଶ୍ୱର: ପ୍ରାଚୀନ ଶୈବପୀଠ ମାନେଶ୍ୱରସ୍ଥିତ ମାନଧାତା ବାବା ମନ୍ଦିର ସଂଲଗ୍ନ ଜଳାଶୟରେ ମାଛମାନଙ୍କର ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସିଦ୍ଧ ଶିବାଳୟର ଏକ ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ମନ୍ଦିର ସଂଲଗ୍ନ ଜଳାଶୟରେ ଥିବା ବଡ଼ ବଡ଼ ମାଛ ଏବଂ କଇଁଛ। ଶ୍ରଦ୍ଧାଳୁମାନେ ମାନ୍‌ଧାତା ବାବାଙ୍କ ଦର୍ଶନ ପରେ ଏଠାକାର ମାଛ ଏବଂ କଇଁଛ ଦେଖି ଆନନ୍ଦିତ ହୋଇଥାନ୍ତି। ମନ୍ଦିର ଟ୍ରଷ୍ଟବୋର୍ଡ ଏବଂ ଜିଲ୍ଲା ପ୍ରଶାସନର ଅବହେଳା ଏବେ ଏହି ମାଛ ଏବଂ କଇଁଛମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି।

ଦୁଇ ତିନି ଦିନ ଭିତରେ ୪ଟି ୧୫/୨୦ କିଲୋଗ୍ରାମର ରୋହିମାଛଙ୍କ ମୃତଦେହ ପାଣି ଭିତରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଲୋକେ ଏହି ଜଳାଶୟରୁ ମାଛ ମାରନ୍ତି ନାହିଁ କି ଖାଆନ୍ତି ବି ନାହିଁ। ତେଣୁ, ଜଳାଶୟରେ ଭାସୁଥିବା ମୃତ ମାଛଗୁଡ଼ିକୁ ପାଣିରୁ ବାହାର କରି ପୋତି ଦିଆଯାଇଛି। ଅନେକ ଦିନ ହେବ ଲୋକଙ୍କ ଅଭିଯୋଗ ପରେ ମଧ୍ୟ ବନ୍ଧ ସଫା କରାଯାଉନାହିଁ। ଅପରିଷ୍କାର ହୋଇପଡ଼ିଛି। ପାଣି ଦୂଷିତ ହୋଇଗଲାଣି ବୋଲି ସ୍ଥାନୀୟ ଅଭିଯୋଗ ହୋଇଛି। ଅନ୍ୟ ପଟେ ଜଳାଶୟର ଅପରପାର୍ଶ୍ଵରେ ଥିବା ଚାଷ ଜମିରେ ବ୍ୟବହୃତ କୀଟନାଶକ ଔଷଧ ମିଶ୍ରିତ ପାଣି କେନାଲ ମାଧ୍ୟମରେ ସିଧାସଳଖ ଜଳାଶୟକୁ ପ୍ରବେଶ କରୁଛି। ଫଳରେ ମାଛ ମୃତ୍ୟୁ ହୋଇଥିବାର କିଛି ବ୍ୟକ୍ତି କହିଛନ୍ତି । ଦୁଇ ବର୍ଷ ପୂର୍ବରୁ ମଧ୍ୟ ଏମିତି ଅନେକ କଇଁଛ ଏବଂ ମାଛ ମୃତ୍ୟୁର ଚିତ୍ର ସମ୍ମୁଖକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe