ବାଲେଶ୍ବର/ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଓଡ଼ିଶା ସୀମାନ୍ତ, ପଶ୍ଚିମବଙ୍ଗର ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରରେ ୧୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ୫୫ କିଲୋ ଓଜନର ଗୋଟିଏ ବିରଳ ତଥା ଶଙ୍କର ପ୍ରଜାତିର ତେଲିଆ ଶିଳା ମାଛ। ଜୁନ୍ ୧୫ରେ ମାଛଧରା ଉପରୁ କଟକଣା ହଟିବା ପରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଏହି ତେଲିଆ ଶିଳାକୁ ଧରି ମିତ୍ସ୍ୟଜୀବୀମାନେ ସୋମବାର ଦୀଘା ମୁହାଣରେ ପହଞ୍ଚିବା ପରେ ମାଛଟିକୁ ପ୍ରଥମେ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଥିବା କାର୍ତ୍ତିକ ବେହେରାଙ୍କ ମାଛ ଖଳାକୁ ନିଆଯାଇଥିଲା। ସେଠାରେ ମାଛଟିକୁ ଦେଖିବା ପାଇଁ ଶହଶହ ଲୋକଙ୍କ ଭିଡ଼ ଜମିଥିଲା। ପରେ ଦରଦାମ ଛିଣ୍ଡିବା ସହିତ ମାଛଟିକୁ କିଲୋ ପ୍ରତି ୨୬ ହଜାର ଟଙ୍କା ଦରରେ କୋଲକାତାର ଏସ୍ଏଫ୍ଟି ନାମକ ଏକ ଔଷଧ କମ୍ପାନି ୧୩ ଲକ୍ଷ ଟଙ୍କାରେ କିଣି ନେଇଥିଲା। ଏହି ତେଲିଆ ପ୍ରଜାତିର ମାଛ ଯଥାକ୍ରମେ ମାଈ, ଅଣ୍ଡିରା ଓ ଉଭୟ ଲିଙ୍ଗର ହୋଇଥିବା ଦେଖିବାକୁ ମିଳୁଥିବା ବେଳେ ଉଭୟ ଲିଙ୍ଗ ପ୍ରଜାତିର ତେଲିଆ ଶିଳା ମାଛର ଅଧିକ ଚାହିଦା ରହିଥାଏ। କିଛିଦିନ ପୂର୍ବରୁ ଏହି ମତ୍ସ୍ୟ ଅବତରଣ କେନ୍ଦ୍ରରେ ୩୦ କିଲୋ ଓଜନର ଗୋଟିଏ ତେଲିଆ ଶିଳା ମାଛ ୯ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନେ କହିଛନ୍ତି।
୧୩ ଲକ୍ଷ ଟଙ୍କାରେ ବିକ୍ରି ହେଲା ୫୫ କିଲୋ ଓଜନର ତେଲିଆ ମାଛ
Advertisment
Follow Us