ସ୍ୱୟଂସହାୟକ ମହିଳାଙ୍କୁ ମାଛଚାଷ ପ୍ରଶିକ୍ଷଣ

ସ୍ୱୟଂସହାୟକ ମହିଳାଙ୍କୁ ମାଛଚାଷ ପ୍ରଶିକ୍ଷଣ

ରାଜନଗର : ରାଜନଗର ପଂଚାୟତ କାର୍ଯ୍ୟାଳୟରେ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମାଛଚାଷ ଉପରେ ପ୍ରଶିକ୍ଷଣ ଦିଆଯାଇଛି । ରାଜନଗର ମତ୍ସ୍ୟ ବିଭାଗ ପକ୍ଷରୁ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ବିକାଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜେଡଏମଡବ୍ଲ୍ୟୁଏଫର ସୌରଭ ବିଶ୍ୱାଳ, ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜିକା ସାଗରିକା ମଲ୍ଲିକ ପ୍ରମୁଖ ଯୋଗଦେଇ ବୈଜ୍ଞାନିକ ପ୍ରଣାଳିରେ କିପରି ମାଛଚାଷ କରିହେବ ଓ କମ ଖର୍ଚ୍ଚରେ ଅଧିକ ଲାଭ କରିହେବ ସେନେଇ ପ୍ରଶିକ୍ଷଣ ଦେଇଥିଲେ ।

କୁରୁଂଟି, ବନ୍ଧପଡା ଓ ରାଜନଗର ପଂଚାୟତର ୫ଟି ସ୍ୱୟଂସହାୟକ ଗୋଷ୍ଠୀର ୧୦ଜଣ ମହିଳାଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଛି। ବିଭିନ୍ନ ପଂଚାୟତ ପକ୍ଷରୁ ପଂଚାୟତ ପୋଖରୀଗୁଡିକ ଚଳିତ ଆର୍ଥକ ବର୍ଷରେ ସ୍ୱୟଂସହାୟକ ଗୋଷ୍ଠୀକୁ ନିଲାମ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe