LifeGate
ବୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ଗୋଲଗୁଣ୍ଡା ଗ୍ରାମର ସୁରତ ସେଠ ନାମକ ଜଣେ ଧୀବର ମାଛ ମାରିବାକୁ ଯାଇ ନିଖୋଜ ଅଛନ୍ତି। ସେ ଗୁରୁବାର ଅପରାହ୍ଣ ୩ଟା ରେ ମାଛ ମାରିବାକୁ ଯାଇ ଘରକୁ ଫେରି ନଥିଲେ। ତେବେ ଏ ସଂକ୍ରାନ୍ତରେ ଶୁକ୍ରବାର ତାଙ୍କ ପତ୍ନୀ ସରସ୍ୱତୀ ସେଠ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ସୁରତ ପ୍ରତିଦିନ ଅପରାହ୍ଣରେ ମାଛ ମାରିବାକୁ ଆନନ୍ଦବିହାର ପାଖ ପାୱାର ଚାନେଲକୁ ଯାଇ ରାତି ୮ଟା ମଧ୍ୟରେ ଘରକୁ ଫେରି ଆସନ୍ତି।
କିନ୍ତୁ ଗୁରୁବାର ଅପରାହ୍ନରେ ଯାଇ ସୁରତ ଘରକୁ ନ ଫେରିବାରୁ ତାଙ୍କ ପତ୍ନୀ ବିଚଳିତ ହୋଇ ଖୋଜାଖୋଜି କରିଥିଲେ। କିନ୍ତୁ ସକାଳ ପର୍ଯ୍ୟନ୍ତ କୌଣସି ଖବର ନପାଇବାରୁ ଶେଷରେ ନିରୁପାୟ ହୋଇ ସେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବୁର୍ଲା ପୁଲିସ୍ ଅଗ୍ନିଶ୍ରମ ବାହିନୀକୁ ସୂଚନା ଦେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା । ସୁରତଙ୍କ ସାଇକଲ ଓ ଚପଣ କୂଳରେ ଥିବା ବେଳେ ତାଙ୍କ ମାଛ ମରା ଡଙ୍ଗା ଅନ୍ୟ ପଟରେ ଥିଲା ବୋଲି ଅଗ୍ନିଶମ ବିଭାଗ ସୂଚନା ଦେଇଛି।
Follow Us