ଧାମରା ମାଛଧରା ବନ୍ଦର ନିକଟରେ ବୋଟରୁ ଖସି ଧୀବର ନିଖୋଜ

Advertisment
ଧାମରା ମାଛଧରା ବନ୍ଦର ନିକଟରେ ବୋଟରୁ ଖସି ଧୀବର ନିଖୋଜ

ଭଦ୍ରକ/ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ମାଛଧରା ବନ୍ଦରରେ ରବିବାର ଅପରାହ୍ନରେ ଜଣେ ଧୀବର ବୋଟରୁ ଖସି ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଲେ ବିଜୟ ନାୟକ (୨୪)। ନିଖୋଜ ବ୍ୟକ୍ତିଙ୍କ ଘର କରଣପଲ୍ଲୀ ପଂଚାୟତ କୁଆମରା ଗ୍ରାମର ବୋଲି ସୂଚନା ମିଳିଛି।

ଧାମରା ମେରାଇନ ଥାନାଧିକାରୀଙ୍କ ବୟାନ ଅନୁଯାୟୀ, ଯାଜ୍ଞସେନୀ ନାମକ ଏକ ବୋଟ ଧାମରାଠାରେ ନଙ୍ଗର ପକାଇ ରହିଥିଲା। ରବିବାର ଦିନ ୨ଟା ସମୟରେ ଧୀବର ଜଣକ ବୋଟରୁ ଓହ୍ଲାଉଥିବା ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ନଦୀ ମଧ୍ୟକୁ ଖସି ପଡ଼ିଥିଲେ। ନଦୀରେ ଅତ୍ୟଧିକ ସ୍ରୋତ ଥିବାରୁ କେଉଁଆଡେ ଭାସି ଯାଇଥିବା ସନ୍ଦେହ କରାଯାଉଛି। ବୋର୍ଟ ମାଲିକଙ୍କ ନାମ ସପନ ସିଟ୍ ବୋଲି ସୂଚନା ମିଳିଛି। ଖବର ପାଇ ଧାମରା ମେରାଇନ ପୁଲିସ ନଦୀ ମଧ୍ୟରେ ଖୋଜାଖୋଜି କରିଥିଲେ ମଧ୍ୟ ଧୀବରଙ୍କ ପତ୍ତା ମିଳି ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe