ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ

Advertisment
ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ

ସାଙ୍କେତିକ ଫ‌ଟୋ

ଭଦ୍ରକ: ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ। ଧାମରା ସାମୁଦ୍ରିକ ଥାନା ଦ୍ଵାରା  ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତି ହେଲେ ରାମଚନ୍ଦ୍ର ମୁର୍ମୁ।

ସୂଚନା ଅନୁସାରେ ଧାମରା ସାମୁଦ୍ରିକ ଥାନା ଅଧୀନ କାଳ ନଳୀ ନିକଟରେ ସମୁଦ୍ରରୁ ମାଛ ମାରି ଧାମରା ଜେଠିକୁ ଆସୁଥିବା ରାଜଲକ୍ଷ୍ମୀ ନାମକ ବୋଟରୁ ଜଣେ ଧୀବର ରାମଚନ୍ଦ୍ର ମୁର୍ମୁ କୌଣସି କାରଣ ବସତ୍ ଚଳନ୍ତା ବୋଟରୁ ମଝି ଦରିଆକୁ ଡେଇ ପଡ଼ି ଜୀବନ ହାରିବାକୁ ବସିଥିଲେ। ତେବେ ଡଙ୍ଗା ମଧ୍ୟରେ ଥିବା ଅନ୍ୟ ମତ୍ସ୍ୟଜୀବୀ ସଂଗେସଂଗେ ଧାମରା ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ। ସାମୁଦ୍ରିକ ଥାନା ପକ୍ଷରୁ କୁଶଳୀ ଅଧିକାରୀମାନେ ସଙ୍ଗେ ସଙ୍ଗେ ଅତ୍ୟାଧୁନିକ ଡଙ୍ଗା ସାହାଯ୍ୟରେ ଗଭୀର ସମୁଦ୍ରକୁ ଭାସି ଯାଉଥିବା ରାମଚନ୍ଦ୍ରକୁ ଉଦ୍ଧାର କରି ଧାମରା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଥିଲେ।

ତେବେ ରାମଚନ୍ଦ୍ରଙ୍କ ଅବସ୍ଥା ଅଦ୍ୟାବଧି ଭଲ ଥିବା ବେଳେ କାହିଁକି ସେ ବୋଟରୁ ଡେଇ ଆତ୍ମହତ୍ୟା କରିବାକୁ ଚାହୁଥିଲେ ପୁଲିସ ତଦନ୍ତ କରୁଛି। ରାମଚନ୍ଦ୍ରଙ୍କ ଘର ମୟୂରଭଂଜ ଜିଲ୍ଲା ଉଦଳା କପ୍ତିପଦାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe