ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Advertisment
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

Baleswar

ବାଲେଶ୍ବର: ସାମ୍ଭାବ୍ୟ ବାତ୍ୟା 'ଅସାନି'କୁ ନେଇ ମତ୍ସ୍ୟ ବିଭାଗ ପକ୍ଷରୁ ଭୋଗରାଇ ଉପକୂଳ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ବିଶେଷ କରି ସମୁଦ୍ର ଅଶାନ୍ତ ଥିବାରୁ ଚଳିତ ମାସ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ୫ଦିନ ସମୁଦ୍ରକୁ ନଯିବାକୁ ମତ୍ସଜୀବୀମାନଙ୍କୁ ଡାକବାଜିଯନ୍ତ୍ର ସାହାଯ୍ୟରେ ଜଣାଇ ଦିଆଯାଇଛି।

ଏଥିପାଇଁ ଭୋଗରାଇ ଅତିରିକ୍ତ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ) ଅନନ୍ତ ଜେନା ଉଦୟପୁର, ତାଳସାରି, ରଣସିଂହପୁର, କୀର୍ତ୍ତନିଆ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡ଼ିକରେ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରିଛନ୍ତି। ମତ୍ସ୍ୟଜୀବୀଙ୍କ ଜାଲ, ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ରଖିବା ସହିତ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe