ମହାକାଳପଡ଼ା: ମାଛଧରା ଡଙ୍ଗାବୁଡ଼ି; ୬ ମତ୍ସ୍ୟଜୀବୀ ଉଦ୍ଧାର

Advertisment
ମହାକାଳପଡ଼ା: ମାଛଧରା ଡଙ୍ଗାବୁଡ଼ି; ୬ ମତ୍ସ୍ୟଜୀବୀ ଉଦ୍ଧାର

କେନ୍ଦ୍ରାପଡ଼ା: ଶନିବାର ରାତିରେ ମହାକାଳପଡ଼ା ପୂର୍ବ ଉପକୂଳ ସମୁଦ୍ର ଭିତରକୁ ଯାଇଥିବା ଏକ (ଜେଲ୍‌ଟିନ୍‌ ବୋଟ୍‌) ମାଛଧରା ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ଛଅ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିଲେ।

ସେ ଅଞ୍ଚଳରେ ମାଛ ଧରୁଥିବା ଅନ୍ୟ ଚାରିଟି ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ସେମାନଙ୍କୁ କୌଣସି ମତେ ଉଦ୍ଧାର କରିଛନ୍ତି। ସମୁଦ୍ର ଭିତରକୁ ଚାଲିଯିବା ପରେ ଜେଲ୍‌ଟିନ୍‌ ବୋଟ୍‌ଗୁଡ଼ିକର ଗତି ବେଗ ବଢ଼ିଯାଏ। କୌଣସି କାରଣରୁ ସେ ଚାରିଟି ଡଙ୍ଗା ସହ ଏହି ଡଙ୍ଗାଟି ଧକ୍କା ଖାଇବାରୁ ବୁଡ଼ି ଯାଇଥିଲା ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe