ଭଦ୍ରକରୁ ୫ ବାଇକ ଲୁଟେରା ଗିରଫ, ୭ ବାଇକ୍ ଉଦ୍ଧାର

ଭଦ୍ରକରୁ ୫ ବାଇକ ଲୁଟେରା ଗିରଫ, ୭ ବାଇକ୍ ଉଦ୍ଧାର
ଭଦ୍ରକ: ଭଦ୍ରକ ଟାଉନ୍ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ  ୭ଟି ଚୋରା ବାଇକ୍ଉ ଉଦ୍ଧାର କରାଯାଇଛି। ଏହି ବାଇକ୍ ଚୋରି ରାକେଟ୍‌ରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ବାଇକ୍ ଲୁଟେରାଙ୍କ ଘର ଭଦ୍ରକର ବିଭିନ୍ନ ଅଞ୍ଚଳରେ ହୋଇଥିବା ବେଳେ ସେମାନେ ବିଶେଷ କରି ଭଦ୍ରକ ସହର ଓ ଏହାର  ଆଖପାଖ ଅଞ୍ଚଳ ବାଇକ ଚୋରି କରୁଥିଲେ। ଏହି ବାଇକ୍ ଚୋର ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୪4 ଜଣ ଅଭିଯୁକ୍ତଙ୍କୁ ପୁଲିସ ବିଭିନ୍ନ ସ୍ଥାନରୁ ଚଢଉ କରି ଗିରଫ କରିଛି।
ବାଇକ୍ ଚୋରି ରକେଟ୍‌ରେ ଆହୁରି ୨୦ରୁ ଊର୍ଦ୍ଧ୍ବ ଚୋର ସାମିଲ୍ ରହି ଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିବା ନେଇ ବିଭିନ୍ନ ସ୍ଥାନରେ ଚଢାଉ କରି ରଖିଛି। ଗିରଫ ହୋଇଥିବା ୫ ବାଇକ ଲୁଟେରାଙ୍କ ନାମ ପୁଲିସ ଗୋପନ ରଖିଛି। ଗତ କିଛି ଦିନ ଭିତରେ ଭଦ୍ରକ ସହରରେ ପୁଲିସର ଢିଲା ପେଟ୍ରୋଲିଂ ପାଇଁ ଚୋରା ମାନେ ବେଶ୍ ସକ୍ରିୟ ହୋଇଯାଇଥିଲେ।  ଲୁଟେରା ଓ ଡକାୟତ ଦଳଙ୍କ ଆତଙ୍କରାଜରେ ସହରବାସୀ ଅତିଷ୍ଠ ହୋଇ ପଡ଼ିଥିଲେ।
publive-image
ଭଦ୍ରକ ଏସ୍‌ପି ଚରଣ ସିଂ ମିନାଙ୍କ ନିର୍ଦେଶ କ୍ରମେ ଭଦ୍ରକ ସହର ଓ ଗ୍ରାମାଂଚଳ ଥାନା ଅଂଚଳରେ ପୁଲିସର ଚଢଉ ଜୋରଦାର ହୋଇଥିଲା। ପୁଲିସ ଚଢଉ ପରେ ଭଦ୍ରକ ସହରରୁ  ଅପର୍ତ୍ତି ବିନ୍ଧା ଷ୍ଟେଟ ବ୍ୟାଙ୍କ ଛକରୁ ୧୨ ଲକ୍ଷ୍ ଟଙ୍କାର ଲୁଟ ଘଟଣାର ଅଭିଯୁକ୍ତ ଗିରଫ ହେବା ସହ ୯ ଲକ୍ଷ ଟଙ୍କା ଉଦ୍ଧାର କରାଯାଇ ଥିଲା। ସେହିପରି ଆରଡ଼ି ଛକରୁ ୪ ଜଣ ଡକାୟତ ଗ୍ୟାଙ୍ଗ ଗିରଫ ହେବା ସହ ୧୬ ନମ୍ବର ଜାତୀୟ ରାଜପଥ ବସୁଲି ଧବା ଡକାୟତ ମାମଲାରେ ୩ ଜଣ ଡକାୟତ ଟିମକୁ ଗ୍ରାମାଂଚଳ ପୁଲିସ ଗିରଫ କରିଥିଲା। ଆଜି ପୁଣି ଭଦ୍ରକ ଟାଉନ୍ ପୁଲିସ ପକ୍ଷରୁ ୫ଟି ବାଇକ ଲୁଟେରା ଗିରଫ ହୋଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe