ଆଳି: କଟକ-ଚାନ୍ଦବାଲି ରାସ୍ତାର ସିଙ୍ଗିରି ଠୁ ମାଳପାଟଣା ରାସ୍ତାରେ ଛିନତାଇ କରି ଆତଙ୍କ ଖେଳାଇଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଆଜି ଆଳି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଗିରଫ ୫ ଲୁଟେରାଙ୍କ ଠାରୁ ୬ଟି ମୋବାଇଲ୍ ଫୋନ୍,ନଗଦ ୬ ହଜାର ୫୫୫ ଟଙ୍କା ଓ ଗୋଟିଏ ସ୍କୁଟି ଜବତ କରିଛି। ରାସ୍ତାରେ ଲଗାତାର ଗୋଟିଏ ପରେ ଗୋଟିଏ ଲୁଟ୍ ଯୋଗୁଁ ସାଧାରଣରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଥିଲା।
ପୁଲିସ ଗିରଫ ୫ ଲୁଟେରାଙ୍କ ଠାରୁ ୬ଟି ମୋବାଇଲ୍ ଫୋନ୍,ନଗଦ ୬ ହଜାର ୫୫୫ ଟଙ୍କା ଓ ଗୋଟିଏ ସ୍କୁଟି ଜବତ କରିଛି। ରାସ୍ତାରେ ଲଗାତାର ଗୋଟିଏ ପରେ ଗୋଟିଏ ଲୁଟ୍ ଯୋଗୁଁ ସାଧାରଣରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଥିଲା।
ଆଳି ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗ୍ୟାଙ୍ଗ ମାଷ୍ଟର ମାଇଣ୍ଡକୁ ଧରିବା ପରେ ତା'ର ବୟାନ ଭିତ୍ତିରେ ଅନ୍ୟ ମାନଙ୍କୁ ଧରିବାରେ ସମର୍ଥ ହୋଇଥିଲା। ଗିରଫ ୫ ଲୁଟେରା ସିଙ୍ଗିରି ଗ୍ରାମର ଦୋଳଗୋବିନ୍ଦ ସେଠୀ, ସନ୍ତୋଷ ସେଠୀ, ଗଣେଶ୍ୱର ସେଠୀ, ଚନ୍ଦନ ମଲିକ ଓ ଜୀବନ ମଲିକଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ଆଳି ଥାନା ଅଧିକାରୀ ସବ୍ୟସାଚୀ ଶତପଥି ସୂଚନା ଦେଇଛନ୍ତି।
Follow Us