ବାର୍ହା ଫାସରେ ପଡ଼ି ହାତୀ ମୃତ, ୫ ଅଟକ

ଜଙ୍ଗଲକୁ ଶାଳପତ୍ର ଆଣିବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

symbolic pic

ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ପଟିଆ ପଞ୍ଚାୟତ ଅଧୀନ ଗଛପତ୍ର-କୋଦାଳପଲ୍ଲୀ ଜଙ୍ଗଲରେ ବାର୍ହା ଫାସରେ ପଡ଼ି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଏହି ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ବନ ବିଭାଗ ଅଟକ ରଖିଥିବା ଚର୍ଚ୍ଚା ହେଉଛି।

ଗତ ସୋମବାର ବିଳମ୍ବିତ ରାତିରେ ଜଙ୍ଗଲରେ ଅସାଧୁ ବାର୍ହା ଶିକାରୀମାନେ ଶିକାର ଉଦ୍ଦେଶ୍ୟରେ ବିଦ୍ୟୁତ୍‌ ଜାଲ ବିଛାଇଥିଲେ। ହେଲେ, ଏକ ଦନ୍ତାହାତୀ ଉକ୍ତ ବାର୍ହା ଫାସରେ ପଡ଼ିଯାଇଥିଲା। ଫଳରେ ହାତୀଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଆଜି ରଣପୁର ଓ ଟାଙ୍ଗୀ ବନ ବିଭାଗ ମିଳିତ ଭାବେ ଉକ୍ତ ଗାଁରେ ଚଢ଼ଉ କରି ସନ୍ଦେହରେ ୫ ଜଣଙ୍କୁ ଗ୍ରାମରୁ ଉଠାଇ ଆଣି ପଚରାଉଚରା କରୁଥିବା ବନ ବିଭାଗ ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ, ମୃତ ହାତୀର ଦାନ୍ତ ବନ ବିଭାଗ ତରଫରୁ କାଟି ରଖାଯାଇଥିବା ବେଳେ ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ଟିମ୍ ଆସି ଶବ ବ୍ୟବଚ୍ଛେଦ କରିଥିବା ଜଣାଯାଇଛି।

ରଣପୁର ବନାଧିକାରୀଙ୍କ ବଦଳି ହୋଇଯାଇଥିବା ବେଳେ ଟାଙ୍ଗୀ ବନାଧିକାରୀ ଦେବାଶିଷ ଭୋଇ ତଦନ୍ତ ଆଳରେ ଉକ୍ତ ଘଟଣା ସମ୍ପର୍କରେ କୌଣସି ଉତ୍ତର ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe