ଜମି ବାଡ଼ିକୁ ନେଇ ବିବାଦ: ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା, ୫ ଅଟକ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ତଣ୍ଡାବିରା ଗାଁରେ ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ଘଟିଛି। ଏଥିରେ ନିଲୁ ସାହୁ (୩୦)ଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ ଏହି ଗାଁର ୨ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ରବିବାର ତାହା ଉଗ୍ରରୂପ ନେଇଥିଲା। ରବିବାର ରାତି ପ୍ରାୟ ୮.୩୦ମି.ରେ ଗୋଟିଏ ପରିବାର ସଦସ୍ୟମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେମାନେ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଅତି ନୃଶଂସ ଭାବେ ନିଲୁଙ୍କୁ ହତ୍ୟା କରିଥିଲେ। ହତ୍ୟାକାରୀମାନେ ଏତେ ଉଗ୍ର ଥିଲେ ଯେ ଗ୍ରାମବାସୀ ରୋକିବାକୁ ସାହସ କରିନଥିଲେ। ଖବର ପାଇ ରେଢ଼ାଖାଲ ଏସ୍‌ଡିପିଓ ଜ୍ୟୋତ୍ସ୍ନାମୟୀ ପ୍ରଧାନ ଓ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ସଦଳବଳ ପହଞ୍ଚି ଥିଲେ। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁନିଲ ସାହୁ (୨୫), ଅନୀଲ ସାହୁ, ବଳରାମ ସାହୁଙ୍କ ସହ ୫ ଜଣଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe