ଜଙ୍ଗଲରେ ନିଆଁ ଲଗାଇ ୫ ଗିରଫ

ଜଙ୍ଗଲରେ ନିଆଁ ଲଗାଇ ୫ ଗିରଫ

ଯଶିପୁର: ମୟୂରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡିଭିଜନ ନଅଣା ଉତ୍ତର ରେଞ୍ଜ ଅଞ୍ଚଳରେ ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଯଶିପୁର ସହକାରୀ ବନ ସଂରକ୍ଷକ ପ୍ରଦୀପ ଦେ ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ଆଜି ୫ ଜଣ ଯୁବକ ଶିମିଳିପାଳ ଜଙ୍ଗଲରେ ପ୍ରବେଶ କରିବା ସହ ସେଠାରେ ନିଆଁ ଲଗାଇ ଜନ୍ତୁ ଶିକାର କରୁଥିଲେ। ଖବର ପାଇ ଖଡ଼ଖାଇ ସେକ୍ସନ୍‌ ଫରେଷ୍ଟର ଲୁଗୁ ମାଝୀ ସେମାନଙ୍କୁ ଗିରଫ କରିବା ସହ ଧନୁତୀର ଜବତ କରିଥିଲେ। ଜାମଦା ଅଁଳାବେଣା ଗ୍ରାମର ରାମ ସିଂ, ବଡ଼ଗାଁର ରାମ ସିଂ, ଭାଦ ହେମ୍ବ୍ରମ, ତାପସ ନାଏକ ଓ ପଣସଡ଼ିହା ଗ୍ରାମର ଭୀମ ସିଂଙ୍କୁ ବନ ବିଭାଗ ଗିରଫ କରି ଯଶିପୁର ଜେଏମ୍ଏଫ୍‌ସି କୋର୍ଟରେ ହାଜର କରିଥିଲା। ତେବେ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe